ଘରୋଇକରଣ ହେବ କୋଣାର୍କ ଯାତ୍ରୀନିବାସ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ କୁ ପ୍ରତେକ ଦିନ ହଜାର ହଜାର ସଂଖ୍ୟା ରେ ଦେଶ ବିଦେଶ ରୁ ପର୍ଯ୍ୟଟକ ପରିଦର୍ଶନ ରେ ଆସିଥାନ୍ତି ।ପର୍ଯ୍ୟଟକଙ୍କ ରାତ୍ରିଯାପନ ସହିତ ଅନ୍ୟାନ୍ୟ ସୁଭିଧାସୁଯୋଗ ଯୋଗାଇଦେବା ଲକ୍ଷ ନେଇ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ କୋଣାର୍କ ଠାରେ ଏହି ଯାତ୍ରୀନିବସ ଗଢି ତୋଳିବା ଲକ୍ଷ୍ୟ ନେଇ ୧୯୮୭ ମସିହାରେ ଅକ୍ଟୋବର ମାସରେ ଭିତିପ୍ରସ୍ତର ସ୍ଥାପନ କରି ଏହି ଯାତ୍ରୀନିବାସ କୁ ଗଢିତୋଳି ପର୍ଯ୍ୟଟକଙ୍କ ସେବାରେ ନିଯୋଜିତ କରିଥିଲେ, ଯାହାକୁ ନେଇ ସମଗ୍ର କୋଣାର୍କ ଅଂଚଳ ଖୁସିର ଲହରୀ ଖେଳିଯାଇଥିଲା ।ଦୀର୍ଘବର୍ଷ ଧରି ପର୍ଯ୍ୟଟକ ମାନଙ୍କୁ ଆତିଥ୍ୟତ ପ୍ରଦାନ କରି ସୁନାମ ଅର୍ଜନ କରିଥିବା ଏହି ଯାତ୍ରୀ ନିବାସକୁ କେତେକ କର୍ତ୍ତୃପକ୍ଷଙ୍କ ଘରୋଇକରଣ ଲାଳସା ପାଇଁ ଆଜି ଏହା ଘରୋଇ କରଣ ହେବାକୁ ଯାଉଛି ।ପର୍ଯ୍ୟଟନ ବିଭାଗ ପକ୍ଷରୁ ଏବେ ସାରା ଓଡ଼ିଶାରେ ଥିବା କେତେକ ପର୍ଯ୍ୟଟନ ଶିଳ୍ପକୁ ଘରୋଇକରଣ କରାଯିବ ଅଭିଯାନ ଆରମ୍ଭ ହୋଇଯାଇଥିବା ଦେଖାଯାଇଛି ।ଚଳିତ ମାର୍ଚ୍ଚ ମାସ ୨୧ ତାରିଖ ରେ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପ୍ତି ଅନୁଯାଇ ଓଟିଡିସିର କୋଣାର୍କ ଯାତ୍ରୀନିବସ ,ପୁରୀ ସାତପଡ଼ା ପାନ୍ଥନିବାସ,ଗଂଜାମ ଗୋପାଳ ପୁର ପାନ୍ଥନିବାସ,ପାରାଦୀପ ପାନ୍ଥନିବାସ,ପାରଳାଖେମୁଣ୍ଡି ପାନ୍ଥନିବାସ,କେନ୍ଦୁଝର ପାନ୍ଥନିଵାସ ସମେତ ୬ ଗୋଟି ଅନୁଷ୍ଠାନକୁ ୩୦ ବର୍ଷିଆ ଲିଜି ସୁତ୍ରରେ ଘରୋଇକରଣ କରାଯିବା ନିମନ୍ତେ ଵିଜ୍ଞପ୍ତି ପ୍ରକାଶ ପାଇଥିବା ଜଣା ପଡ଼ିଛି ।କୋଣାର୍କ ଯାତ୍ରୀନିବସ କୋଣାର୍କ କରେ ପର୍ଯ୍ୟଟକମାନଙ୍କ ସହିତ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କୁ ନିଜର ସେବା ଯୋଗାଇବାରେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ଜଣାଯାଏ।ବିଶେଷ ଭାବେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ପର୍ଯ୍ୟଟନ ବିଭଗ ପକ୍ଷରୁ ଆୟୋଜିତ ହେଉଥିବା ନୁର୍ତ୍ୟ ଉତ୍ସଵ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟିଭାଲ କୁ ଦେଖିବାକୁ ଆସୁଥିବା ଦେଶ ବିଦେଶ ର ଶହଶହ ପର୍ଯ୍ୟଟକଙ୍କୁ ସୁନ୍ଦର ଆତିଥ୍ୟତା ପ୍ରଦାନ କରି ପର୍ଯ୍ୟଟକଙ୍କ ମନ ନେଇଥାନ୍ତି।ଯାହାଫଳରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ରେ ଆସି ପର୍ଯ୍ୟଟକମାନେ କୋଣାର୍କ ଯାତ୍ରୀନିବସ ରେ ରାତ୍ରିଯାପନ କରି ରହିବାକୁ ପସନ୍ଦ କରିଥାନ୍ତି ।ମାତ୍ର ପର୍ଯ୍ୟଟନ ବିଭାଗ ର ବୈମାତୃକ ମନୋଭାବ ମୁନାଫ କମାଇବା ଲାଳସା କୁ ନେଇ କେତେକ କର୍ତ୍ତୃପକ୍ଷଙ୍କ ପରୋଚନା ରେ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି କର୍ମଚାରୀ ମାନକର ସ୍ୱାର୍ଥ କୁ ବଳି ପକାଇ ଏହାକୁ ଘରୋଇକରଣ କରିବା ନିମନ୍ତେ ନିଷ୍ପତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ନେଇ କୋଣାର୍କ ଅଞ୍ଚଳବାସୀ ଓ ଯାତ୍ରୀନିବାସ ରେ କାର୍ଯ୍ୟରତ କର୍ମଚାରୀ ମାନେ ଘୋର ବିରୋଧ କରି ଏହି ନିଷ୍ପତି କୁ ପରିବର୍ତନ କରିବାକୁ ଦାବି କରିଛନ୍ତି ।ଓଡିଶା ପର୍ଯ୍ୟଟନ ବିଭାଗର ନାମ ପ୍ରଚାର ପ୍ରସାରର ମୁଖ୍ୟ ଭୂମିକା ଦେଶ ବିଦେଶ ରେ କରିଥିବା ଏହି ଯାତ୍ରୀନିବାସ କୁ ପର୍ଯ୍ୟଟନ ବିଭାଗ ର ଘରୋଇକରଣ ମନୋବୁର୍ତି ପାଇଁ ଆଜି ଏହି ଅନୁଷ୍ଠାନ ଘରୋଇକରଣ ଖୁବଶୀଘର ହେବାକୁ ଯାଉଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଏହି ଅନୁଷ୍ଠାନ ର କର୍ମଚାରୀ ମାନେ ସେମାନଂକର ଭବିଷ୍ୟତ ଜୀବିକା କୁ ନେଇ ଆଶା ଆଶଙ୍କା ର ଗତି କରୁଛନ୍ତି ।ପର୍ଯ୍ୟଟନ ବିଭାଗ ର ଏପରି ନିଷ୍ପତି ଫଳରେ ଶହଶହ କର୍ମଚାରୀଙ୍କ ଜୀବନ ଜୀବିକା ହରାଇବା ଆଶଙ୍କା ଦେଖାଦେଇଛି ।ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ କୋଣାର୍କ ଯାତ୍ରୀନିବାସ ର ଘରୋଇକରଣ ନିଷ୍ପତି ରୁ ତୁରନ୍ତ ଓହରି ଯିବା ସହ କର୍ମଚାରୀମାନଙ୍କର ସ୍ୱାର୍ଥ ରକ୍ଷା ନିମନ୍ତେ ରାଜ୍ୟ ଉତ୍କଳପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ସଭାପତି ବେଣୁଧର ପାତ୍ର ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ସାରା ଓଡିଶାରେ ଥିବା ପର୍ଯ୍ୟଟନ ଶିଳ୍ପନୁଷ୍ଠାନ ଆଗରେ ଘରୋଇକରଣକୁ ଵିରୋଧ କରାଯାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।