ଘରୋଇ ଉପଚାର କରି ହେପାଟାଇଟିସ- ବି ରୋଗୀ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମପଞ୍ଚାୟତର ବାଲମୁଣ୍ଡା ଗ୍ରାମର ଡ଼ିଜେବ ମଣ୍ଡଳ(୩୧) ଦୀର୍ଘ ଏକ ବର୍ଷ ହେଲା ହେପାଟାଇଟିସ- ବି ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ଼ ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ଲାଗିଛି ସୂଚନା ଅନୁସାରେ ପରିବାରର ଆର୍ଥିକ ସ୍ଥିତି ସୌଛଳତା ନଥିବାରୁ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଠାରେ ଦାଦନ ଖଟିବାକୁ ଯାଇଥିଲେ ଡ଼ିଜେବ। ପାଦରେ ଛୋଟିଆ ଘା ହୋଇଥିଲା ପରେ ଧୀରେ ଧୀରେ ଘା ବଡ଼ ହୋଇ ପୋଛିଯାଇଥିଲା।ସଚେତନ ଅଭାବରୁ ବିନା ପରିକ୍ଷଣରେ ଘରୋ‍ଇ ଉପଚାର କରି ବିଫଳ ହୋଇ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି।ଖବର ପାଇ ସ୍ଥାନିୟ ଆଶା କର୍ମି ଓ ଏଏନଏମ ସାଗରିକା ପାଇକ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ କହିଥିଲେ ମଧ୍ୟ ପରିବାର ଲୋକେ ଅମଙ୍ଗ ହୋଇଥିଲେ।ଏ ସମ୍ପର୍କରେ ଖବର ପାଇ ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ଃ ଚିନ୍ମୟଙ୍କ ନେତୃତ୍ବରେ ମୋବାଇଲ ହେଲଥ ୟୁନିଟ ଦଳ ଉତ୍ତମ ଚିକିତ୍ସା ପାଇ ହସପିଟାଲ ଯିବାପାଇଁ କହିଥିଲେ କିନ୍ତୁ ଡ଼ିଜେବ ଓ ପରିବାର ଲୋକେ ମନା କରିଥିଲେ।ଫଳରେ ଡାକ୍ତରୀ ଦଳ ଗ୍ରାମ ବାସିଙ୍କ ସହ ଅଲୋଚନା କରି ଡ଼ିଜେବଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ନିଜ ଘରେ ପରୀକ୍ଷା କରିଥିଲେ।ଡ଼ିଜେବ ମଣ୍ଡଳ ବର୍ତ୍ତମାନ ଶଯ୍ଯାସାୟୀ ହୋଇ ରହିଥିବା ବେଳେ ଡ଼ିଜେବଙ୍କ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଖାନାକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି ଦାୟିତ୍ୱରେ ଥିବେ ଡ଼ଃ ପ୍ରାଥ ପ୍ରୋତୁସ ପଣ୍ଡା।ରୋଜଗରିଆ ପୁଅର ଏପରି କଷ୍ଟ ଦେଖି ମା ବାପା ଦୁଃଖରେ ଭାଙ୍ଗି ପଡିଛନ୍ତି।ଏପରି ଅବସ୍ଥା ଦେଖି ଗ୍ରାମବାସୀ ମଧ୍ୟ ଡ଼ିଜେବର ଆରୋଗ୍ୟ କାମନା କରିବା ସହ ସ୍ୱହୃତୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ