ଘରୋଇ କଳିରୁ କିରୋସିନି ଢ଼ାଳି ହୋଇ ନିଜ ଦେହରେ ନିଆଁ ଲଗାଇଲେ ମହିଳା
ହାଟଡ଼ିହି, : ନଦିପଦା ଥାନା ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗ୍ରାମରେ ଜଣେ ମହିଳା କିରୋସିନି ଢ଼ାଳିହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଭରତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଗତ କିଛିବର୍ଷ ପୁର୍ବେ ତେନ୍ତୁଲିପଦି ଗ୍ରାମର ରବିନ୍ଦ୍ର ରାଉତଙ୍କ ଝିଅ ମାନସୀକୁ ଭଲପାଇ ବିବାହ କରିଥିଲେ । କୌଣସି କାରଣକୁ ନେଇ ପରିବାର ଭିତରେ ଝଗଡା ଝାଟି ହେବାରୁ ମାନସୀ ଆଜି କିରୋସିନି ଢ଼ାଳିହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା । ପାଖରେ କାମ କରୁଥିବା ସ୍ୱାମୀ ଭରତ ଓ ତାଙ୍କ ପରିବାର ବର୍ଗ ତାକୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିବାବେଳେ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।