ଘରୋଇ ଗୁରୁଦେବ କ୍ଲିନିକ ସିଲ୍
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ସହରର ନୂଆ ବସଷ୍ଟାଣ୍ଟ ନିକଟ ବ୍ରହ୍ମା ନଗରରେ ଗଢି ଉଠିଥିବା ଘରୋଇ ହସପିଟାଲରେ ଗତ ଚାରୀ ଦିନ ତଳେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପ୍ରଚାର ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣାରେ ଘରୋଇ ହସପିଟାଲକୁ ପ୍ରଶାସନ ସିଲ୍ କରିଛି । କ୍ଲିନିକାଲ ଏଷ୍ଲାବିଷ୍ଟମେଣ୍ଟ ଆକ୍ଟ ଅନୁଯାୟୀ ଗୁରୁଦେବ ହସପିଟାଲ ନିୟମ ଖିଲାପ କରିନଥିବାରୁ ଘରୋଇ କ୍ଳିନିକକୁ ସିଲ୍ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ସିଲ୍ କରିଛି । ଏଥିସହ ଆବଶ୍ୟକୀୟ କାଗଜପତ୍ର ଦାଖଲ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି । ଗୁରୁଦେବ ଘରୋଇ ହସପିଟାଲକୁ ସିଲ୍ କରିଦିଆଯାଇଥିବା ବେଳେ ଅନ୍ୟ ରୋଗୀ ମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁଯାୟୀ ମାର୍କଣ୍ଡେଶ୍ୱରନଗର ନିବାସୀ ସିଂହ ଦେଓ(୨୪) ଙ୍କର ଆପେଣ୍ଡସାଇଟିସ୍ ଅପରେସନ ପାଇଁ ତାଙ୍କ ସ୍ୱାମୀ ଶୁଭ୍ରଜିତ ମେଡିକାଲରେ ଭର୍ତ୍ତି କରିଥିଲେ ।ଅପରେସନ ପୂର୍ବରୁ ତାଙ୍କୁ ନିଶ୍ଚେତକ ଦିଆଯାଇଥିଲା । ଆଉ ଅପରେସନ ପରେ ଚେତା ଆସିନଥିଲା । ତ୍ରୁଟି ପୂର୍ଣ୍ଣ ଅସ୍ତ୍ରୋପ୍ରଚାର ଯୋଗୁଁ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବୈଦନାଥପୁର ଲାଞ୍ଜିପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ପୋଷ୍ଟ ମୋର୍ଟମ ରିପୋର୍ଟ ପରେ ସମସ୍ତ ତଥ୍ୟ ଆଧାରରେ ତଦନ୍ତ ଜାରୀ ରଖିବାକୁ ପ୍ରସ୍ତୁତ ରହିଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ଟିମ୍ ଯାଂଜ ପ୍ରକ୍ରିୟା କରିଥିଲେ । ଏହା ପରେ ଉପଜିଲ୍ଲପ।।ଳ ୨୦୦ ପୃଷ୍ଠାର ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲେ । ଏହି ଘଟଣା ପରେ ମେଡିକାଲର ବହୁ ନିିୟମ ଖିଲାପ ହୋଇନଥିବା ଜଣାପଡିଥିଲା ।ଏହା ପରେ ଗୁରୁଦେବ ହସପିଟାଲକୁ ପ୍ରଶାସନ ତରଫରୁ ସିଲ୍ କରିଦିଆଯାଇଛି ।