ଘରୋଇ ଫାଇନାଇନ୍ସ କମ୍ପାନୀ ର ଜୁଲୁମ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ସାରା ରାଜ୍ୟରେ କରୋନା ମହାମାରୀ ଲକଡ଼ାଉନରେ କେତେ ପରିବାର ନିଜର ଜୀବିକ ହରାଇଛନ୍ତି | ପେଟ ପୋଷିବା କାଠିକର ପାଠ ହୋଇଥିଲେ ମଧ୍ୟ ଲୋକେ ବହୁ କଷ୍ଟରେ ପରିବାର ର ପେଟ ପୋଷୁଥିଲେ ତିତିଲି ବାତ୍ୟା ଫନି ଭଳି ମହା ବାତ୍ୟା ରେ ଲୋକେ ଯେତେ କଷ୍ଟ ଅନୁଭବ କରିନଥିଲେ କରୋନା ତାର ଭୟଙ୍କର ଉଗ୍ର ରୂପ ନେଇଛି ଲୋକଙ୍କର ବଞ୍ଚିବା ମୁସ୍କିଲ ହୋଇଯାଇଛି | ଏଥିରେ ଗରିବ ପରିବାର ଲୋକେ ପୁରା ପୁରି ଭାଙ୍ଗି ପଡିଛନ୍ତି ଅନ୍ୟପଟେ କିଏ କୁଲି ମଜୁରୀ କରୁଥିଲା ତ କିଏ ବାହାର ରାଜ୍ୟରେ ଦାଦନ ଖଟି ନିଜର ପରିବାର କୁ ଚଳାଉ ଥିଲା | କିନ୍ତୁ ଏହି ଲକଡାଉନ ରେ ସବୁ କିଛି ଉଜୁଡି ଯାଇଛି | ତେଣୁ ଏହି ଲୋକମାନେ ପେଟ ପୋଷିବା ପାଇଁ ଘରୋଇ ଫାଇନାଇନ୍ସ କମ୍ପାନୀ ଗୁଡିକ ଠାରୁ ଋଣ ନେଇ ଛୋଟ ମୋଟିଆ ବେପାର କରୁଥିଲେ ତ କିଏ ଟେଲରଙ୍ଗି କରୁଥିଲେ ତ କିଏ ଛୋଟ ମୋଟ କାମ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଉଥିଲେ | ଏହି କରୋନା ପାଇଁ ଲୋକେ ଘରୁ ପଦାକୁ ନ ବାହାରି ସରକାରୀ ସହାୟତାରୁ ମିଳିଥିବା ଚାଉଳ ଡାଲି ଖାଇ ରହୁଥିଲେ, କୋରନା ର ପ୍ରଭାବ ଯୋଗୁ ଲୋକମାନେ ନିଜ କାମ ଧନ୍ଦା ଛାଡି ବର୍ତ୍ତମାନ ପରିସ୍ଥିତିରେ ନିଜ ଘରେ ରହୁଛନ୍ତି | ଆଗରୁ ଏମାନେ ଏଲଣ୍ଟ ଇ, ଭାରତ ଫାଇନ୍ସ, ଅରାଧାନ ଭଳି କମ୍ପାନୀ ଠାରୁ ଋଣ ନେଇ ଟଙ୍କା ସୁଜୁଥିଲେ | ହେଲେ ଏବେ ଟଙ୍କା ସୁଜିବା ବହୁ କଷ୍ଟ ହୋଇଛି | ଟଙ୍କା ନ ଦେଲେ ଘର ବାରଣ୍ଡାରେ ମେନେଜର ମନେ ସକାଳୁ ସାନ୍ଧ୍ୟ ପର୍ଯ୍ୟନ୍ତ ବସି ରହୁଛନ୍ତି | ଏହାକୁ ନେଇ ଚିନ୍ତାରେ ମୋହନା ବ୍ଲକ ର ଲିଲିଗଡ଼ ପଞ୍ଚୟତ ର ୮୦ରୁ ଉର୍ଦ୍ଧ ମହିଳା ଚିନ୍ତାରେ ରହିବା ସହ ସରକାର ଙ୍କୁ ଅନୁରୋଧ କରିଛନ୍ତି ଋଣ ଛାଡ କରନ୍ତୁ ନଚେତ ଆଉ କିଛି ଦିନ ସମୟ ଦିଅନ୍ତୁ |