ଘରୋଇ ବସ କର୍ମଚାରୀଙ୍କ ଢେଲା ମାଡରେ ମୋ ବସର କାଚ ଭାଙ୍ଗିଲା

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ସନ୍ଧ୍ୟା ରେ କୋଣାର୍କରୁ ଭୁବନେଶ୍ୱର ମୋ ବସ ଯାଉଥିବା ବେଳେ ଭୁବନେଶ୍ୱର ରୁ କୋଣାର୍କ ଆସୁଥିବା ଘରୋଇ ବସ ସାରଳା ବସ ର କିଛି କର୍ମଚାରୀ ଙ୍କ ଢେଲା ମାଡ଼ରେ ମୋ ବସ ର ସାମ୍ନା କାଚ ଭାଙ୍ଗିଛି ।ଏହି ଘଟଣାରେ ସାରଳା ବସ ସହ ଡ୍ରାଇଭର କୁ କୋଣାର୍କ ପୋଲିସ ଅଟକ ରଖିଛି । ବାରମ୍ବାର ଘରୋଇ ବସ ଓ ମୋ ବସ ମଧ୍ୟରେ ବିବାଦ ଯୋଗୁଁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ।ଆଜି ସଂଧ୍ୟା ରେ କୋଣାର୍କ ନିକଟସ୍ତ ବନାଖଣ୍ଡି ଛକରେ ଯାଉଥିବା ମୋ ବସ କୁ ସାରଳା ବସ ର କିଛି କର୍ମଚାରୀ ଟେକା ମାରିଥିଲେ । ଫଳରେ ମୋ ବସର କାଚ ଭାଙ୍ଗି ଯାଇଥିଲା। ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରଳା ବସ ଓ କର୍ମଚାରୀ ଙ୍କୁ ଅଟକରଖି ପଚରା ଉଚରା ଜାରିରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ