ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଶିକ୍ଷାଧିକାରୀଙ୍କ ସହ ସୌଜନ୍ୟ ମୁଳକ ଆଲୋଚନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଘରୋଇ ବିଦ୍ୟାଳୟ ଗୁଡିକ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି । ପ୍ରତିବର୍ଷ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଏହିସବୁ ଅନୁଷ୍ଠାନରୁ ବାହାରି ଦେଶ ଗଠନର ନିଜର ଭୂମିକା ନିର୍ବାହ କରିଥାନ୍ତି । ଘରୋଇ ବିଦ୍ୟାଳୟ ବିନା ସରକାରୀ ସହାୟତାରେ ଉନ୍ନତ ଶୈକ୍ଷିକ କାର୍ଯ୍ୟକ୍ରମ ନିର୍ବାହ କରୁଥିବା ବେଳେ ଏ ଦିଗରେ ସରକାରୀ ଅଧିକାରୀମାନଙ୍କ ଠାରୁ ଯଥୋଚିତ ସହଯୋଗ ମିଳିପାରିଲେ ସେମାନଙ୍କ କାର୍ଯ୍ୟ ସହଜ ହୁଅନ୍ତା ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ନଜର ଦେବା ନିମନ୍ତେ କେନ୍ଦ୍ରାପଡା ଘରୋଇ ବିଦ୍ୟାଳୟ ସଂଘର କର୍ମକତ୍ତାମାନେ ଜିଲ୍ଲା ଶିକ୍ଷାଧିକାରିଣୀ ଶୁଭଲକ୍ଷ୍ମୀ ନାୟକଙ୍କୁ ସୌଜନ୍ୟ ମୁଳକ ସାକ୍ଷାତ କରାଯିବା ସହ ଅନୁରୋଧ କରାଯାଇଛି । ଏଥି ସହିତ ସି.ଓ.ଆର. ବ୍ୟବସ୍ଥାର ସରଳିକରଣ, ନୂତନ ସରକାରୀ ନିୟମଗୁଡିକର ସମ୍ପର୍କରେ ଘରୋଇ ବିଦ୍ୟାଳୟ ଶିକ୍ଷକମାନଙ୍କୁ କର୍ମଶାଳା ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ, ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ନାୟକ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ । ସାକ୍ଷାତ ଆଲୋଚନା ସମୟରେ ସଂଘ ପକ୍ଷରୁ ରଞ୍ଜନ କୁମାର ବିଶ୍ୱାଳ, ନିରଞ୍ଜନ ବେହେରା, ପ୍ରଭାତ ପରିଡା, ସେକ ଏନାମୁଲ ହକ, ଆଦିକନ୍ଦ ରାଉଳ, ରବିନ୍ଦ୍ର ଦାଶ, ଅଜୟ ପୃଷ୍ଟି, ଚିତ୍ତ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ସଙ୍ଘର କର୍ମକତ୍ତାମାନେ ଉପସ୍ଥିତ ଥିଲେ ।