ଘରୋଇ ଲ୍ୟାବରେ ହୋଇପାରିବ ଆଣ୍ଟିଜେନ୍ ଟେଷ୍ଟ
ଭୁବନେଶ୍ବର : ଘରୋଇ ଲ୍ୟାବରେ ହୋଇପାରିବ ଆଣ୍ଟିଜେନ୍ ଟେଷ୍ଟ । ଓଡ଼ିଶା ସରକାର କରୋନା ଆଣ୍ଟିଜେନ ପରୀକ୍ଷା ଲାଗି ଘରୋଇ ଲାବରେଟୋରୀଗୁଡ଼ିକୁ ଅନୁମତି ଦେଇଛନ୍ତି । ୪୫୦ ଟଙ୍କାରେ ରାଜ୍ୟରେ ଉପଲବ୍ଧ ହେବ ଆଣ୍ଟିଜେନ୍ ଟେଷ୍ଟ । ଆସିଏମଆର ନିୟମାନୁସାରେ ହେବ ଟେଷ୍ଟ । ଟେଷ୍ଟର ମୂଲ୍ୟ ୪୫୦ ଟଙ୍କା ସହ ଜିଏସଟି ଲାଗୁ ହେବ । ଆସିଏମଆର ପକ୍ଷରୁ ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏସବୁ ଘରୋଇ ଲାବରେଟୋରୀ ଓ ପଏଣ୍ଟ ଅଫ କେୟାରମାନେ ଆଇସିଏମଆର ଗାଇଡଲାଇନର ଅନୁପାଳନ କରି ରାପିଡ ଆଣ୍ଟିଜେନ ଟେଷ୍ଟ (ଷ୍ଟାଣ୍ଡାର୍ଡ କ୍ୟୁ କୋଭିଡ-୧୯ ଆଣ୍ଟିଜେନ କିଟ) କିମ୍ବା ଟ୍ରୁନାଟ ଟେଷ୍ଟ କରିପାରିବେ । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଶସ୍ତା ଦରରେ ଘରୋଇ ଲାବରେ ଆଣ୍ଟିଜେନ ଟେଷ୍ଟ କରାଯିବା ପରେ ଅଧିକରୁ ଅଧିକ ଲୋକ ନିଜର କରୋନା ପରୀକ୍ଷା କରିପାରିବେ । ସେହିପରି ଘରୋଇ ଲାବରେଟୋରୀରେ କରୋନା ପରୀକ୍ଷା ହେବା ପରେ ସରକାରୀ ଲାବରେଟୋରୀ ଓ ହସପିଟାଲଗୁଡ଼ିକ ଉପରୁ ଚାପ କମିବା ଆଶା କରାଯାଉଛି ।