ଘରୋଇ ସଂସ୍ଥା କାର୍ଯ୍ୟାଳୟ ରେ ପସି ଭଙ୍ଗାରୁଜା କଲେ ଉତ୍ୟକ୍ତ ଯୁବକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ଭଞ୍ଜନଗର ଖାଲା ସାହି ସ୍ଥିତ ଏକ ଘରୋଇ ସଂସ୍ଥା କାର୍ଯ୍ୟାଳୟ ରେ ପସି ଭଙ୍ଗାରୁଜା କଲେ କିଛି ଉତ୍ୟକ୍ତ ଯୁବକ । ସୂଚନା ପ୍ରକାରେ କିନ୍ନୀ ଇଂନଫୋଟେକ ନାମକ ଏକ ଡାଟାଏଣ୍ଟ୍ରି କାର୍ଯ୍ୟାଳୟରେ ପସି ବିଭିନ୍ନ ଉପକରଣ ଭାଙ୍ଗି ଦେଇଛନ୍ତି କିଛି ଉତ୍ୟକ୍ତ ଯୁବକ । ଟଙ୍କା ଦେଇ କାର୍ଯ୍ୟ କରିଥିବା ଡାଟା ଏଣ୍ଟ୍ରିର ମୂଳଧନ ସହ ଲାଭାଂଶ ପାରିଶ୍ରମିକ ମିଳିନଥିବା ରୁ ଏଭଳି ଘଟି ଥିବା ସୂଚନା ମିଳିଛି । କାର୍ଯ୍ୟାଳୟ ରେ ଭଙ୍ଗାରୁଜା କରିବା ୪ଟି କମ୍ପୁଟର ଓ ଗୋଟିଏ ପ୍ରିଣ୍ଟର ଉପକରଣ ସାଙ୍ଗରେ ନେଇ ଯାଇଥିବା ଜଣାପଡ଼ିଛି । ଖବର ପାଇ ଭଞ୍ଜନଗର ଥାନା ଅଧିକାରୀ ଙ୍କ ନେତୃତ୍ୱରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଘଟଣା କୁ ନେଇ କମ୍ପାନୀ କତ୍ତୃପକ୍ଷ କିଛି ସୂଚନା ଦେଇ ନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ