ଘରୋଇ ସ୍କୁଲରେ ଅଗ୍ନିକାଣ୍ଡ : ୨ ଛାତ୍ର ଜୀବନ୍ତ ଦଗ୍ଧ
ଖରିଦାବାଦର ଏକ ଘରୋଇ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ସ୍କୁଲର ୨ ଛାତ୍ର ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ସ୍କୁଲରେ ଅଗ୍ନିକାଣ୍ଡ ଘଟି ପାଖରେ ଥିବା ଏକ ଗୋଦାମକୁ ନିଆଁ ବ୍ୟାପିଥିଲା ।ଅଗ୍ନିକାଣ୍ଡରେ ଗୋଦାମର ହଜାର ହଜାର ଟଙ୍କାର ସାମଗ୍ରୀ ପୋଡି ଯାଇଥିବାର ଜଣାପଡିଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । କୈାଣସି କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଧରାପଡିନଥିବା ବେଳେ ସଟସର୍କିଟ କାରଣରୁ ଏହି ଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।