ଘର ଉପରକୁ ଚଢ଼ିଗଲା ଚଳନ୍ତା କାର :ଜଣେ ମୃତ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା  ଅନ୍ତର୍ଗତ ଲଣ୍ଡାଗାଁରେ ଘଟିଛି ଏକ  ଅଭାବନୀୟ ଘଟଣା |  କାର ଧକ୍କାରେ ଜଣେ ମୃତ | ମୃତକ ଜଣକ ହେଲେ ଲଣ୍ଡାଗାଁର ମାର୍କଣ୍ଡ ଦଣ୍ଡିଆ (୫୦) l   ଲଣ୍ଡାଗାଁର ଜଣଙ୍କ ଘରେ ବିବାହ ଭୋଜି ଖାଇ ରାସ୍ତା ପାର୍ଶ୍ଵରେ ମାର୍କଣ୍ଡ ଛିଡା ହୋଇଥିବା ସମୟରେ ଘଟିଲା  ଏପରି ଅଘଟଣ l ଖୁଵ ଜୋରରେ କାର(ନଂ.OR-01T-2449) ଟି ଆସି ଘର ଭିତରେ ପଶିଯାଇଥିଲା l ଘର ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମାର୍କଣ୍ଡକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ନିକଟସ୍ଥ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ l  ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଚଳାଇଛି l ଉକ୍ତ କାରଟି ବାଲେଶ୍ୱର ଅଞ୍ଚଳର ହୋଇଥିବା ବେଳେ ସେଥିରେ ୪ରୁ  ୫ଜଣ ବସି ଥିବା ଅନୁମାନ  କରାଯାଉଥିବା ବିଷୟ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l ଦୁର୍ଘଟଣା ପରେ  ସେମାନେ ସମସ୍ତେ  ଗାଡି ଛାଡି ଫେରାର ହୋଇ ଯାଇଛନ୍ତି l ଏ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସୂଚନା ଯୋଗ୍ୟଯେ, ଏହିରାସ୍ତା ଦେଇ ପଡୋଶୀ କଳାହାଣ୍ଡି , ବଲାଙ୍ଗୀର, ଓ ବୌଦ୍ଧ ଜିଲ୍ଲା କୁ ଅବାଧରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି l ଗଞ୍ଜେଇ ଚାଲାଣ ଯୋଗୁଁ ରାସ୍ତାରେ ଅନେକ ନାମୀ ଦାମୀ ଗାଡି ଯାତାୟାତ କରୁଥିବା ଦେଖିବାକୁ  ମିଳୁଛି l 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ