ଘର ଉପରେ ଚଢାଉ ୫୮ କେ ଜି ଗଞ୍ଜେଇ ଜବତ ଅଭିଯୁକ୍ତ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ପୋଲିସ ରବିବାର ସକାଳୁ ସାନଖେମୁଣ୍ଡି ବ୍ଳକ କଂସାମାରୀ ରୋଡ ସାହିର ଏକ ଘରେ ଉପରେ ଚଢ଼ାଉ କରି ୫୮ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି।ପ୍ରାୟ ଆନୁମାନିକ ମିଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ହେବ ବୋଲି ଜଣାପଡିଛି । ଏହି ମାମଲାରେ ପୋଲିସ ଗ୍ରାମର ଏସ୍ . ରାଜେନ୍ଦ୍ର ଦୋରା(୪୨) ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ଖବର ଜଣାପଡ଼ିଛି ରବିବାର ସକାଳ ସାଢେ ୭ ଘଣ୍ଟା ସମୟରେ ଅଭିଯୁକ୍ତ ରାଜେନ୍ଦ୍ର ଗଞ୍ଜେଇ ଚୋରାଚାଲାଣ ନିମନ୍ତେ ପାକିଂ କରୁଥିବା ବେଳେ ସ୍ଥାନୀୟ ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଏସ୍ ଆଇ ଟୁନା ପିଡିକା ଏବଂ ଅନ୍ୟ କର୍ମଚାରୀମାନେ ଘରେ ଉପରେ ଚଢ଼ାଉ କରିଥିଲେ । ପୋଲିସର ତଲାସୀ ପରେ ତିନୋଟି ଗଞ୍ଜେଇ ବସ୍ତାକୁ ଜବତ କରିଥିଲା । ସାନଖେମୁଣ୍ଡି ତହସିଲ ଅଧିକାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ପରେ ସେଥିରେ ୫୮ କେଜି ୦୫୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଏନେଇ ପାଟପୁର ଥାନା ମାମଲା ନଂ ୬୨୬/୨୩ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।