ଘର କବାଟ ଭାଙ୍ଗି ଚୋରି ମାମଲା ; ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି କୋର୍ଟର ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ଶୁକ୍ରବାର ଏକ ଚୋରି ମକଦ୍ଦମା ର ଚୂଡାନ୍ତ ଶୁଣାଣି କରିଛନ୍ତି। ମାମଲା ନଂ. ଜି. ଆର – ୨୬୯/୧୮ ର ଚୂଡାନ୍ତ ଶୁଣାଣି କରି ସମୁଦାୟ ୭ ସାକ୍ଷ୍ୟ ଙ୍କ ବୟାନ ଆଧାରରେ ସମସ୍ତ ତଥ୍ୟ ପ୍ରମାଣ କୁ ଭିତ୍ତିକରି ପାଟପୁର ଥାନା ବରମୁଣ୍ଡଳି ଗ୍ରାମର ଜି.ଶିବ ପାତ୍ର ଙ୍କୁ ଦଫା – ୪୫୭ ଆଇ ପି ସି ରେ ଦୋଷୀ ସାବ୍ୟସ୍ତ କରିବାସହ ୨ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହ ୫ ଶହ ଟଙ୍କା ଜରିମାନା ଏବଂ ଜରିମାନା ଅନାଦୟେ ଅଧିକା ୭ ଦିନ ଜେଲଦଣ୍ଡ ପାଇଁ ରାୟ ପ୍ରଦାନ କରିଛନ୍ତି। ଅପରପକ୍ଷରେ ମାମଲା ରେ ଅଭିଯୁକ୍ତ ଥିବା ଅନ୍ୟ ୭ ଜଣଙ୍କୁ ଆବଶ୍ୟକୀୟ ସାକ୍ଷ୍ୟ ପ୍ରମାଣ ନଥିବାରୁ ସେମାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରାଯିବା ସହ ଜେଲ ରୁ ଖଲାସ କରାଯିବା ନିମନ୍ତେ ରାୟ ଶୁଣାଇଛନ୍ତି। ଶୁଣାଣି ସମୟରେ ସମସ୍ତ ଅଭିଯୁକ୍ତ କୋର୍ଟ ରେ ଉପସ୍ଥିତ ଥିଲେ।ପରେ କୋର୍ଟ ଙ୍କ ଆଦେଶ ବଳରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ଶିବଙ୍କୁ ଦିଗପହଣ୍ଡି ସବଜେଲ ଲହାଜତକୁ ପଠାଇ ଦିଆଯାଇଛି।ଗତ ୨୦୧୮ ନଭେମ୍ବର ୧୬ ତାରିଖ ମଧ୍ୟରାତ୍ରୀରେ ରେ ଦିଗପହଣ୍ଡି ବ୍ଳକ କୈଠ ଖଣ୍ଡି ପଞ୍ଚାୟତ ବୋରି ପଦର ଗ୍ରାମର ଟୁଲୁ ସାହୁଙ୍କ ବାରି ପଟ କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ଘରେ ପଶିଥିଲେ। ଘର ମଧ୍ୟରେ ଥିବା ଗଡ ରେଜ୍ ଆଲମୀରା ଭାଙ୍ଗି ବହୁପରିମାଣର ରୂପା ଅଳଙ୍କାର , ପାଟ ଲୁଗା ଓ ୮ ଶହ ଟଙ୍କା ଚୋରି କରି ନେଇଥିଲେ। ଶବ୍ଦ ଶୁଣି ଘରମାଲିକ ଟୁଲୁ ଙ୍କ ନିଦ ଭାଙ୍ଗିଯିବା ରୁ ଦୁର୍ବୃତ୍ତ ମାନେ ଘର ବାରି ପଟ କୁ ଧାଇଁ ପଳାଇଥିଲେ। ଟୁଲୁ ତାଙ୍କ ପଡୋଶୀ ଆପନା ସାହୁ ଓ ଅନ୍ୟମାନଙ୍କୁ ନିଦରୁ ଉଠାଇ ଚୋର ଦଳକୁ ଗୋଡ଼ାଇ ଥିଲେ। ଜି. ଶିବ ଙ୍କୁ ଗାଁ ଲୋକେ ଧରି ପାରିଥିବା ବେଳେ ଅନ୍ୟମାନେ ଅନ୍ଧାର ରାତିର ସୁଯୋଗ ନେଇ ଖସି ଯାଇଥିଲେ। ଏନେଇ ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ସଦଳବଳେ ଗ୍ରାମରେ ପହଞ୍ଚି ଅଭିଯୁକ୍ତଙ୍କୁ ଗ୍ରାମବାସୀ ଙ୍କ କବଳ ରୁ ଉଦ୍ଧାର କରି ଥାନାକୁ ଉଠାଇ ନେଇଥିଲେ। ଏନେଇ ଟୁଲୁ ଙ୍କ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ. ୨୦୯/୧୮ ଦଫା – ୪୫୭/୩୮୦/୩୪ ଆଇ ପି ସି ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରାଯାଇଥିଲା। ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ଶିବ ଙ୍କ ସୂଚନା ଆଧାର ରେ ଅନ୍ୟ ୬ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ରୂପା ଅଳଙ୍କାର ଏବଂ ନଗଦ ଟଙ୍କା ଜବତ କରାଯାଇଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ବି. ଲା ଛମେୟା ରେଡ୍ଡୀ ଗତ ୨୦୧୯ ମାର୍ଚ୍ଚ ୧୪ ତାରିଖ ରେ ନଂ.୮ ଅନୁଯାୟୀ ଦିଗପହଣ୍ଡି କୋର୍ଟ ରେ ସମୁଦାୟ ୮ ଜଣ ଅଭିଯୁକ୍ତ ଙ୍କ ବିରୋଧରେ ଚାର୍ଜସିଟ୍ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ଏ ପି ପି ନକୁଳ ପ୍ରଧାନ ଏବଂ କ୍ୟାଡ଼ର ଏ ପି ପି ବିପ୍ଳବ କୁମାର ମୁଦୁଲି ମାମଲା ପରିଚାଳନା କରୁଥିଲେ। ଅପରପକ୍ଷରେ ଅଭିଯୁକ୍ତ ମାନେ ଗତ ୨୦୧୮ ନଭେମ୍ବର ୨୬ ତାରିଖରୁ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଦିଗପହଣ୍ଡି ସବ୍ ଜେଲ ରେ ରହିଥିଲେ। ସିଆର୍ ପିସି ର ଧାରା – ୪୨୮ ଅନୁଯାୟୀ ଉପରୋକ୍ତ ଜେଲ୍ ଦଣ୍ଡାଦେଶ କୁ ସେଟ୍ – ଅଫ୍ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ସନ୍ଧ୍ୟାରେ ସବ୍ ଜେଲ ରୁ ଖଲାସ କରାଯାଇଥିବା ଜଣାପଡିଛି।