ଘର କୁ ଘର ଲୋକ ପାଖରେ ପନିପରିବା ପହଞ୍ଚାଇବ ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରସାଶନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ମାନେ କାର୍ଯ୍ୟ କରି ଆସୁଛନ୍ତି । ଲୋକମାନେ କିପରି ସୁରକ୍ଷିତ ରହିବେ ସେଥି ନିମନ୍ତେ ବିଭିନ୍ନ କଟକଣା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଅତ୍ୟାବଶକୀୟ ନଥିଲେ ଘରୁ ନବାହାରିବା ନିମେନ୍ତ ମଧ୍ୟ କୁହାଯାଇଛି । ଜିଲ୍ଲାର ସମସ୍ତ ଗ୍ରାମାଂଚଳ ଓ ପୌରାଂଚଳ ଗୁଡ଼ିକରେ ଜନଗହଳି କମାଇବା ନିମନ୍ତେ ହୋମ୍ ଡେଲିଭରୀର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଲୋକମାନେ ବଜାରକୁ ନଆସି ଘରେ ବିଭିନ୍ନ ସାମଗ୍ରୀ ପାଇପାରିବେ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ୍ ପକ୍ଷରୁ ଡିଆରଡିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସଙ୍କ ନେତୃତ୍ୱରେ ଓଡ଼ିଶା ଜୀବିକା ମିଶନ ବ୍ଲକ୍ ସଂଯୋଜିକା ମାନିନୀ ି ଜେନାଙ୍କ ତତ୍ୱାବଧାନରେ ଗ୍ରାମାଂଚଳ ଗୁଡ଼ିକରେ ଲୋକେ କିପରି ଘରେ ରହି ବିଭିନ୍ନ ପ୍ରକାର ପନିପରିବା ପାଇ ପାରିବେ ସେଥି ନିମନ୍ତେ ଚାରୋଟି ଉତ୍ପାଦକ ଗୋଷ୍ଠୀ ଓ ମହିଳା ସ୍ୱୟଂସହାୟିକ ଗୋଷ୍ଠୀକୁ ସାମିଲ୍ କରାଯାଇଛି । ଏମାନେ ହେଲେ ମହାନାଦପୁର ଗ୍ରାମପଂଚାୟତର ମା’ ମହାଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ, ରାଧାକୃଷ୍ଣ ଉତ୍ପାଦକ ଗୋଷ୍ଠୀ, ଶ୍ରୀରାମଚନ୍ଦ୍ରପୁର ପଂଚାୟତର ମା’ ଗଙ୍ଗେତ୍ରୀ ଉତ୍ପାଦନ ଗୋଷ୍ଠୀ, ଅଗସ୍ତିନୂଆଗାଁ ପଂଚାୟତର ମା’ ସାରଳା ଉତ୍ପାଦକ ଗୋଷ୍ଠୀ, ଚିକଲଖଣ୍ଡି ଗ୍ରାମପଂଚାୟତର ମା’ ଏଲେମା ମହିଳା ସ୍ୱୟଂସହାୟିକ ଗୋଷ୍ଠୀ । ଉତ୍ପାଦକ ଗୋଷ୍ଠୀ ମାନେ ଗ୍ରାମାଚଂଳ ଗୁଡ଼ିକରେ ଛୋଟ ଛୋଟ ଚାଷୀମାନେ ଉତ୍ପାଦନ କରିଥିବା ପନିପରିବା ଗୁଡ଼ିକ ସେମାନଙ୍କ ଠାରୁ ଆଣି ବିଭିନ୍ନ ଗାଁ ଗହଳିରେ ଲୋକଙ୍କ ନିକଟରେ ପନିପରିବା ସୁଲଭ ଦରରେ ବିକ୍ରି କରିବେ । ଏହା ସହିତ ଏମାନଙ୍କୁ ବ୍ରହ୍ମପୁରର କେତେକ ଏପାର୍ଟମେଂଟ୍ ରେ ବିକ୍ରି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପାସ୍ ଯୋଗାଇ ଦିଆଯାଇଛି । ସେହିପରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନେ ଗାଡ଼ି ଦ୍ୱାରା ଘରେ ଘରେ ପହଂଚି ଲୋକମାନଙ୍କ ପନିପରିବା ଯୋଗାଇ ଦେଉଛନ୍ତି । ବୁଧବାର ପୂର୍ବାହ୍ନରେ ଏହାକୁ ଛତ୍ରପୁର ବିଡିଓ ଶ୍ରୀ ଦାସ ଶୁଭାରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ