ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
ରାଇକିଆ, (ପ୍ରଦୀପ କୁମାର ବେହେରା):ଦେଶ ସ୍ଵାଧୀନ ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇକିଆ ବ୍ଲକ ରେ ଆଇସିସିଆଇ ଫାଉଣ୍ଡେସନ କନ୍ଧମାଳ ଶାଖା ତରଫରୁ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ତରଫରୁ ବ୍ଲକ ର ଚାରୋଟି ପଂଚାୟତ ୧୧ ଗୋଟି ଗ୍ରାମ ର ଗ୍ରାମବାସୀ ଙ୍କୁ ସାମିଲ କରି ପାଳନ କରାଯିବା ସହ ୪୦୦ ରୁ ଉର୍ଦ୍ଧ୍ବ ପତାକା ବଣ୍ଟନ କରାଯାଇଥିଲା । ଡେଭଲପମେଣ୍ଟ ଅଫିସର ଲୋହିତ କୁମାର ମହନ୍ତ , ସତ୍ୟବାନ୍ ଦିଗାଲ, ହେମରାଜ୍ ସାହୁ, ସତ୍ୟ ରଞ୍ଜନ ଡାକୁଆ, ସପ୍ନା ନାୟକ ପ୍ରମୁଖ ସାମିଲ ହୋଇ ଜାତୀୟ ପତାକା ବଣ୍ଟନ କରିଥିଲେ।