ଘର ଘର ବୁଲି ପ୍ରଚାର କରୁଛନ୍ତି ମହାରଥୀ

ପିପିଲି (ଯୁଗାଦ୍ଧ ନ୍ୟୁଜ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋର ଧରିବାରେ ଲାଗିଛି । ପିପିଲି ବ୍ଳକରେ ବିଜେଡି ପକ୍ଷରୁ ପ୍ରଚାର ଜୋର ଧରିଥିବାବେଳେ ଜନସାଧାରଣ ସ୍ୱତଃସ୍ପୃତ ଭାବେ ପ୍ରଚାରରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ସେହପିର ବିଭିନ୍ନ ପଞ୍ଚାୟତର ଯୁବଗୋଷ୍ଠୀ ମଧ୍ୟ ବିଜେଡିରେ ସାମିଲ ହେଉଛନ୍ତି । ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ପ୍ରଦୀପ ମହାରଥୀ ଓ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ମିଳିତ ଭାବେ ଗୁୁରୁବାର ପିପିଲି ବିଜେଡି କାର୍ଯ୍ୟାଳୟଠାରୁ ବାହାରି ବ୍ଳକ ଛକ, ଡିହସାହି, କାନପୁର, ନୂଆଶାସନ, ଶିଖଣ୍ଡପୁର, ଉତ୍ତରସାହି, ଦକ୍ଷିଣସାହି, ପାଟଣା, ଚଉଦମାଣ,ମହିନିପିଡି, କସରଦା, ଗୋପନ, ବାସୁପୁର, ପଣ୍ଡୁଆ, ଝୁଣୁପଡିଆ, ସଟସ, ମାଳିବରାଇ, ଦୁର୍ଗାଦାସପୁର, କାଜିସାହି, ବଧିଠଣଠଣା, ଖଜୁରେଇ, ପାଇକପଡା, ଆଦି ଗ୍ରାମରେ ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ଜନହିତକର ଯୋଜନା ସମ୍ପର୍କରେ ପ୍ରଚାର କରିବା ସହିତ କେନ୍ଦ୍ର ରାଜ୍ୟପ୍ରତି ଅବହେଳାକୁ ନିନ୍ଦା କରିଥିଲେ । ପ୍ରଚାର ଯିବା ରାସ୍ତାରେ ମହିଳା ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ପକାଇ ବନ୍ଦାପନା କରିବା ସହ ବିଜୟସୂଚକ ଟିକା ପିନ୍ଧାଇ ଦେଇଥିବା ଦେଖା ଯାଇଥିଲା । ସେହିପରି ଯୁବଗୋଷ୍ଠୀ ବାଜା ବାଣ ଫୁଟାଇ ବାଇକ୍ ଶୋଭାଯାତ୍ରାରେ ଶ୍ରୀ ମହାରଥୀ ଓ ପିନାକୀ ମିଶ୍ରଙ୍କୁ ପାଛୋଟି ନେଇଥିଲେ । ପିପିଲି ବ୍ଳକ ଅଧ୍ୟକ୍ଷା କଳ୍ପନା ସମାନ୍ତରାୟ, ବ୍ଳକ ସଭାପତି ପ୍ରଫୁଲ ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପିପିଲି- ଡେଲାଙ୍ଗ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ପିପିଲି ବ୍ଳକ ବିଜେଡି ଉପସଭାପତି ଚିନ୍ମୟ ମହାପାତ୍ର, ଜିଲ୍ଲା ପରିଷଦସଭ୍ୟା ଚିତାଞ୍ଜଳି ଦାଶ, ବ୍ଳକ ଯୁବ ବିଜେଡି ସଭାପତି ମନୋଜ ଦାଶ, ବ୍ଳକ ମହିଳା ବିଜେଡି ସଭାନେତ୍ରୀ ଜୋସ୍ନା ପୁଷ୍ଟି, ମହିଳା ନେତ୍ରୀ ନିରୁପମା ମହାପାତ୍ର, କିଶୋର ଛୋଟରାୟ, ନାରଣ ସ୍ୱାଇଁ, ଶେଖ ବାବୁଙ୍କ ସହ ଶତାଧିକ ବିଜେଡି କର୍ମୀ ଓ ସରପଞ୍ଚ, ସମିତିସଭ୍ୟ ସଭ୍ୟା ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ