ଘର ଘର ବୁଲି ବରଗାଁ ପଞ୍ଚାୟତରେ ଜନପ୍ରତିନିଧିଙ୍କ ସହାୟତା ରାଶି ପ୍ରଦାନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ରାଜ୍ୟରେ କରୋନା ଭୁତାଣୁ କୁ ନେଇ ଲକ୍ ଡାଉନ୍ ଜାରି ରହିଛି । ଅସହାୟ,ଗରିବ,ଖଟିଖିଆ ମାନଙ୍କ ଅସୁବିଧା ଦୁର କରିବା ପାଇଁ ରାଜ୍ୟ ସରକାର କରୋନା ମୁକାବିଲା ପାଇଁବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରତ୍ୟେକ ରାସନ କାର୍ଡ ଧାରୀଙ୍କୁ ତିନି ମାସର ଆଗୁଆ ରାସନ ସହ ୧୦୦୦ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉଛି ।ଆଜି ବେଲଗୁଣ୍ଠା ନିକଟସ୍ଥ ବରଗାଁଠାରେ ପଞ୍ଚାୟତ ତରଫରୁ ଜଗନ୍ନାଥପ୍ରସାଦ ବ୍ଳକ୍ ଉପାଧ୍ୟକ୍ଷା ହିମାଂଶୁ ଶେଖର ବାରିକ,ସରପଞ୍ଚ ଉମାଶଙ୍କର ବାରିକ,ପିଇଓ ବନୀତା ମଲ୍ଲିକ ଆଜି ପ୍ରଥମ ଦିନରେ ବରଗାଁର ଘରକୁ ଘର ବୁଲି ରାଶନ କାର୍ଡ ଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।ପୂର୍ବରୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରାଯାଇଥିବା ବେଳେ ଦୁଇଦିନ ମଧ୍ୟରେ ବରଗାଁ ଓ ଗଡିଶପଲ୍ଲୀର ୭୨୮ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ