ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ରାଜ୍ୟ ସରକାର ସମସ୍ତ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ଘର ପାଖରେ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ଶନିବାର ବନ୍ତ ବ୍ଲକ ଟିଲୋ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡା ଘର ଘର ବୁଲି ହିତାଧିକାରୀ ମାନଙ୍କୁ ୪ ମାସର ଭତ୍ତା ବଣ୍ଟନ କରିଛନ୍ତି । ଏହି ବଣ୍ଟନ ପ୍ରକ୍ରିୟା ୩ ଦିନ ଧରି ଚାଲିବ ବୋଲି ଅଧିକାରୀ କହିଛନ୍ତି । ସେହିପରି ନିଳୋକ, କାଦବରାଙ୍ଗ, ମହାନ୍ତିପଡା, ବି.ଟି.ପୁର, ପୁରୁଷଣ୍ଢ, ରାମଚନ୍ଦ୍ରପୁର, ବନ୍ତ ଆଦି ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ଘର ପାଖରେ ଭତ୍ତା ପ୍ରଦାନ କରାଯାଇଛି ।