ଘର ତାଲା ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି

ଯୋଡ଼ା (ଯୁଗାଦ୍ଦ) ସହରର ଡିବି ସିଂ ଛକ ନକଟରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଚୋରି ହୋଇଯାଇଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଡିବ ସିଂ ଛକ ନିକଟରେ ଏକ ଭଡା ଘରେ ରହୁଥିବା ଅଜୟ କୁମାର ପାତ୍ର ଓ ତାଙ୍କ ପରିବାର ରାଉଲକେଲାସ୍ଥିତ କନସର, ତାଙ୍କ ଗ୍ରାମକୁ ଯାଇଥିଲେ । ତାଙ୍କ ପରିବାର ଗ୍ରାମରୁ ଫେରିବା ପରେ, କେହି ଦୁର୍ବୁତ ତାଙ୍କ ଘରର ତାଲା ଭାଙ୍ଗି ଆଲମାରିରୁ ଗୋଟିଏ ମୁଦି, ଗୋଟିଏ ସୁନା ଚେନ୍ , ଗୋଟିଏ ମଙ୍ଗଳ ସୂତ୍ର , ଗୋଟିଏ ପଦକ ଓ ହଳେ କନାଫୁଲ ସହିତ ନଗଦ ୧୦ ହଜାର ଟଙ୍କା ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ