ଘର ତାଲା ଭାଙ୍ଗି ୫୦ ହଜାର ଟଙ୍କା ଲୁଟ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବୃନ୍ଦାବନ ନଗର ଠାରେ ଏକ ଘର ତାଲା ଭାଙ୍ଗି ୫୦ ହଜାର ଟଙ୍କା ଲୁଟିନେଲେ ଦୁବୃତ୍ତ । ମିଳିଥିବା ସୂଚନା ମୁତାବକ ବୃନ୍ଦାବନ ନଗର ଠାରେ ଥିବା ମହେନ୍ଦ୍ର ବେହେରାଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରରେ ମହେନ୍ଦ୍ର ଘରେ ଶୋଇଥିବା ସମୟରେ କିଛି ଦୁବୃତ୍ତ ଘରେ ପଶି ଘରେ ଥିବା ୫୦ ହଜାର ଟଙ୍କା ଲୁଟିନେଇଛନ୍ତି । ଏନେଇ ମହେନ୍ଦ୍ର ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏହାକୁ ଗୁରୁତର ସହ ଗ୍ରହଣ କରି ଛତ୍ରପୁର ଥାନାରେ ୧୦୧/୨୨ ରେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍ କୁକୁର ଦ୍ୱାରା ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା ଛତ୍ରପୁର ଥାନାର ଏସଆଇ ବିଶ୍ୱମ୍ବର କଅଁର ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ