ଘର ପଟ୍ଟା ପାଇଁ ତହସିଲଦାରଙ୍କୁ ସ୍ମାରକ ପତ୍ର
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମଣ୍ଡି ତହସିଲ ଖଲିଙ୍ଗି ରାଜସ୍ବ ସର୍କଲ ଖଲିଙ୍ଗି ଗ୍ରାମର କିଛି ଲୋକଙ୍କୁ ଘର ବାରି ପଟ୍ଟା ପ୍ରଦାନ କରିବା ପାଇଁ ଦୁଇ ବର୍ଷ ତଳେ ଠାରୁ ପଟ୍ଟା ହେବା ପାଇଁ କେଶ ନମ୍ବର ମିଳିସାରିଛି ତଥାପି ଆଜି ସୁଦ୍ଧା ପଟ୍ଟା ମିଳିନାହିଁ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି l ଖଲିଙ୍ଗି ଗ୍ରାମରେ କିଛି ଘର ଗ୍ରାମକଣ୍ଠ ପରଂମ୍ବକ ରହିଯାଇଥିବା ହେତୁ ଗ୍ରାମବାସୀ ପୂର୍ବରୁ ତହସିଲଦାରଙ୍କୁ ଘରବାରି ପଟ୍ଟା କରିବା ପାଇଁ ଜଣାଇବାରୁ ତହସିଲ ଅଫିସର କର୍ମଚାରୀ ମାନେ ଗ୍ରାମରେ ପହଁଞ୍ଚି ତଦନ୍ତ କରି ଫେରିଥିଲେ ମଧ୍ୟ ଘରବାରି ପଟ୍ଟା ମିଳୁନାହିଁ l ଏନେଇ ଗ୍ରାମବାସୀ ଓ ଶ୍ରୀ ରାମ କୃଷକ ସଙ୍ଘଠନ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାଯ୍ୟକାରୀ ହୋଇନଥିବା ହେତୁ ବୁଧବାର ଗ୍ରାମର ଶ୍ରୀନିବାସ ପାଢୀ, ସନ୍ତୋଷ ବାଡ଼ତ୍ୟା, ଲିଙ୍ଗରାଜ ପ୍ରଧାନ, ଦାମୋଦର ପାଢୀ, ରାଜେନ୍ଦ୍ର ଡାକୁଆ, ତାରିଣୀ ନାହାକ, କୈଳାଶ ମହାପାତ୍ରଙ୍କ ସମେତ ୨୦ ଜଣରୁ ଉର୍ଦ୍ଧ ଲୋକ ମିଶି ତହସିଲ କାଯ୍ୟଳୟ ଆଗରେ ପ୍ରତିବାଦ କରିବା ସହ ତହସିଲଦାର ଡ଼.ଶ୍ରୀନିବାସ ବେହେରାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l ଏନେଇ ତହସିଲଦାର ବେହେରା କହିଛନ୍ତି ଯେ ମୁଁ ବର୍ତମାନ ନୂଆ ରେ ସାନଖେମୁଣ୍ଡି ରେ ଜଏନ କରିଛି ଆସନ୍ତା ତିନି ମାସ ମଧ୍ୟରେ ତଦନ୍ତ କରି ସମସ୍ତଙ୍କୁ ପଟ୍ଟା ପ୍ରଦାନ କରାଯିବ l


