ଘର ପୋଡି ଘଟଣା : ପରିବାରକୁ ସହାୟତା ହାତ ବଢ଼ାଇଲେ ବିଧାୟକ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଗତ ରବିବାର ଦିନ ବିଦ୍ୟୁତ ସର୍ଟସର୍କିଟ ହୋଇ ସମ୍ପୂର୍ଣ୍ଣ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ସୋମବାର ଦିନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଧନ ସମ୍ପତ୍ତି ସବୁ ନଷ୍ଟ ହୋଇଥିବା ସମ୍ପର୍କରେ ଜାଣି ଦୁଃଖ ପ୍ରକାଶ କରିବା ସହିତ ଚାଉଳ ଦୁଇ ପକେଟ, ପୋଲିଥିନ, ଅଙ୍ଗ ବସ୍ତ୍ର ସହ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥି ସହିତ ଯୋସେଫ ଦିଗାଳ ଙ୍କୁ ବିଜୁପକ୍କା ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ସହ ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁଙ୍କ ସମେତ ତିଲୋରି ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ, ସମିତି ସଭ୍ୟ ଦିଲିପ ପ୍ରଧାନ, ବୁଡ଼ାଗୁଡା ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ, ସିମନ୍ ବାଡ଼ି ସମିତି ସଭ୍ୟ ସାଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଯୋସେଫ ଓ ତାଙ୍କ ପରିବାର ଲୋକେ ବାହାରକୁ କାମ କରିବାକୁ ଯାଇଥିଲା ସେହି ସମୟରେ ଦିନ ୧୨ ଟା ବେଳେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା ।  ଏହାପରେ ଘରେ ଥିବା ଗ୍ୟାସ ହାଣ୍ଡି ଫାଟିବା ପରେ ନିଆଁକୁ ଆଉ ଆୟତ୍ତ କରି ହୋଇ ନ ଥିଲା । ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ଘରେ ଥିବା ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା , ସୁନା ୬୦ ଗ୍ରାମ , ରୁପା ଟଙ୍କା ୩୦ ଟି ସହ ପାଉଁଜି , ଚାଉଳ ୧୦ କୁଇଁଣ୍ଟାଲ ,ଧାନ ୧୦୦ ବସ୍ତା , ଚୁନା ମିଲ, ୨୫ ଟି ପିତଳ ମାଠିଆ,୫ ଟି ମୋବାଇଲ , ସୋଲାର ପ୍ଲେଟ ସହ ଘରେ ଥିବା ବିଭିନ୍ନ ଜରୁରୀ ଆବାସପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ