ଘର ଭଡା ବକେୟାକୁ ନେଇ ଉପ-ଡାକଘରେ ତାଲା ପକାଇଲେ ଘର ମାଲିକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦେଶ ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ସୁଧା ଗଜପତି ଜିଲ୍ଲା ମୋହନାରେ ଉପ-ଡାକଘର ଭଡା ସୂତ୍ରରେ କାର୍ଯ୍ୟ କରୁଅଛି । ଗତ ୮ ମାସ ହେଲା ମୋହନାର କଣ୍ଟେଇକୋଳିରେ ରହିଥିବା ଏହି ଉପ-ଡାକଘରର ଭଡା ନ ଦିଆଯିବା ଯୋଗୁଁ ଘରମାଲିକ ତଥା ପୂର୍ବତନ ସରପଞ୍ଚ ରମାକାନ୍ତ ମଲିକ ଉପ-ଡାକଘର କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି । ଏହି ଘରକୁ ଭଡା ଦେବା ବେଳେ କୌଣସି ଚୁକ୍ତିନାମା ହୋଇ ନଥିଲା । ଗତ ୮ମାସ ହେଲା ଘର ମାଲିକ ଭଡା ପାଇଁ ବହୁବାର ଅବଗତ କରିଥିଲେ ମଧ୍ୟ ସେ ବିଭାଗୀୟ କର୍ତ୍ତୃପକ୍ଷ ଏଥି ପ୍ରତି ଗୁରୁତ୍ୱ ଦେଇ ନ ଥିଲେ । ଏଣୁ ବାଧ୍ୟ ହୋଇ ଗତକାଲି ପୂର୍ବତନ ସରପଞ୍ଚ ତଥା ଘର ମାଲିକ ଶ୍ରୀମଲିକ ବାଧ୍ୟ ହୋଇ ପୋଷ୍ଟମାଷ୍ଟର ରାମକୃଷ୍ଣ ସାହୁ ସେହି କାର୍ଯ୍ୟାଳୟ ଥିବା ସମୟରେ ବାହାର ପଟୁ ତାଲା ବନ୍ଦ କରିଦେଇଥିଲେ । ଏ ସମ୍ପର୍କରେ ପୋଷ୍ଟମାଷ୍ଟର ଶ୍ରୀସାହୁ ପାରଳାଖେମୁଣ୍ଡିରେ ରହୁଥିବା ବିଭାଗୀୟ ଇନ୍ସିପେକ୍ଟରଙ୍କୁ ଅବଗତ କରିବା ପରେ କିଛି ଭଦ୍ର ଲୋକଙ୍କ ଉପସ୍ଥିତରେ ଫୋନ ମାଧ୍ୟମରେ କଥାବାର୍ତ୍ତା ହୋଇ ଏହି ସେପ୍ଟମ୍ବର ଶେଷ ସୁଦ୍ଧା ବକେୟା ଥିବା ସମସ୍ତ ଘରଭଡା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ପୁଣି ତାଲା ଖୋଲାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ