ଘର ସମ୍ମୁଖରୁ ବାଇକ ଚୋରି ଥାନାରେ ଏତଲା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡି ଗ୍ରାମ ଦେଉଳ ସାହି ରେ ରହୁଥିବା ମହେଶ୍ୱର ଷଡଙ୍ଗୀ ଙ୍କ ବାଇକ ନଂ.(ଓଆର ୦୭ ଟି -୮୦୮୩) କୁ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛି।ଶନିବାର ରାତିରେ ସବୁଦିନ ଭଳି ମହେସର ତାଙ୍କ ବାଇକ କୁ ଘର ସମ୍ମୁଖରେ ରଖିଥିଲେ।ରବିବାର ଭୋର ରେ ତାଙ୍କ ବାଇକ ଘର ସମ୍ମୁଖରେ ନଥିବା ଦେଖି ଆଖପାଖ ଇଲାକାରେ ଖୋଜା ଖୋଜି କରିଥିଲେ ମଧ୍ୟ ବାଇକ ର ସନ୍ଧାନ ମିଳିନଥିଲା।ପରେ ସେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ