ଘଷିପୁରା ବ୍ଲକରେ ବନ୍ୟା କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇଲେ ବିଧାୟକ

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲାରେ ଗତ ତିନିଦିନ ହେବ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଭୟଙ୍କର ବନ୍ୟା ଦେଖା ଯାଇଥିଲା । ତେବେ ଏହି ବନ୍ୟା ର ପ୍ରକୋପ ରେ ଘଷିପୁରା ବ୍ଲକର ଶାଳଦେଇ, ବାତୋ, ତରୁଆଁ ଆଦି ପଂଚାୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ପଂଚାୟତ ଜଳ ବନ୍ଦୀ ଅବସ୍ଥାରେ ରହିଥିବାରୁ ପାଖାପାଖି 10ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଫସଲ ନଷ୍ଟ ହୋଇଥିବା ବେଳେ ବହୁତ ଘରଦ୍ବାର ଭାଙ୍ଗି ଯାଇଛି। ଆହୁରୀ ମଧ୍ଯ ଏହି ବନ୍ୟା ଯୋଗୁଁ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନେକ ଗୃହ ପାଳିତ ପଶୁ ମରିଥିବା ଜଣାପଡିଛି। ତେବେ ଏପରି ଦୁଃଖଦ ସମୟ ରେ ଗତ ଦୁଇ ଦିନ ହେବ ସ୍ଥାନୀୟ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ଓ ସ୍ଥାନୀୟ ପ୍ରଶାସନ ଗାଁ ଗାଁରେ ଲୋକ ମାନଙ୍କ ପାଖରେ ପହଁଚି ଲୋକ ମାନଙ୍କୁ ରିଲିଫ ପହଞ୍ଚାଉଛନ୍ତି। କିପରି ତୁରନ୍ତ ଲୋକ ମାନେ ରନ୍ଧା ଖାଦ୍ୟ , ପଲିଥିନ ଓ ମେଡିସିନ ପାଇ ପାରିବେ ତାହା ନିଜେ ବିଧାୟକ ତଦାରଖ କରୁଛନ୍ତି। ବିଧାୟକଙ୍କ ସହ ଭାରପ୍ରାପ୍ତ ଉପଜିଲ୍ଲାପାଳ ତପନ କୁମାର ନାୟକ, ଯୁବ ସମାଜସେବୀ ଦେବାଶିଷ ପାତ୍ର, କେନ୍ଦୁଝର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଅକ୍ଷୟ ସାହୁ ପ୍ରମୁଖ ଲୋକ ମାନଙ୍କୁ କିପରି ତୁରନ୍ତ ସମସ୍ତ ସରକାରି ସହାୟତା ପହଁଚି ପାରିବ ସେଥି ପ୍ରତି ଦୃଷ୍ଟି ଦେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ