ଘାଟିରେ ବିଜୁ ଗାଁ ବସ୍ ଓଲଟି ୧୨ ଆହାତ

କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ସୋମବାର ବିଜୁ ଗାଁ ବସ ଓଲଟି ୧୨ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ସମସ୍ତ ଆହାତଙ୍କୁ ଉଦ୍ଧାର କରି ତେଲକୋଇ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତିକରାଯାଇଛି । ପ୍ରକାଶ ଯେ ବସଟି କେନ୍ଦୁଝର ରୁ ଯାତ୍ରୀ ମାନଙ୍କୁ ନେଇ କରଦାମ୍ବି ଅଭିମୁଖେ ଯାଉଥିବା ସମୟରେ କାଞ୍ଜିପାଣି ଘାଟିରେ ବ୍ରେକ ଫେଲ ହୋଇଯିବାରୁ ବସଟି ଘାଟି ତଳକୁ ଖସିପଡିଥିଲା । ଡ୍ରାଇଭର ବହୁ ଉଦ୍ୟମ କରିଥିବାବେଳେ ମଧ୍ୟ ସମର୍ଥ ହୋଇପାରିନଥିଲେ ।ଫଳରେ ଘାଟି ତଳକୁ ବସଟି ଓଲଟି ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ