ଦଶପଲ୍ଲା (ଯୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଟାକରା ନିକଟସ୍ଥ ଖରଡାପିଟା ଘାଟି ଠାରେ ଏକ କାର୍ ଦୁର୍ଘଟଣା ହୋଇଛି । ଅପରାହ୍ନ ପ୍ରାୟ ୪ଟାରେ (ଓଡି ୦୨ ଜେ ୬୦୦୧) କାର୍ଟି ଘାଟି ତଳେ ଦୁର୍ଘଟଣାଗ୍ରସ୍ତ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି । ମାତ୍ର କାହାର କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।