ଘାରିଛି ଚାଷ ଚିନ୍ତା

ଭୁବନେଶ୍ୱର: ଲକଡାଉନ ସମୟରେ ସମସ୍ତ ପ୍ରକାର କୃଷିକାର୍ଯ୍ୟ କରାଯାଇପାରିବ । ଧାନ ବୁଣିବା ଠାରୁ ଅମଳ ପର୍ଯ୍ୟନ୍ତ । ସାର, କୃଷି ଯନ୍ତ୍ରପାତି ସହ ଜଡ଼ିତ ଦୋକାନ ବି ଖୋଲା ରହିବ । ରାଜ୍ୟରେ ଥିବା ଶୀତଳ ଭଣ୍ଡାର ଓ ଗୋଦାମ କାମ କରିବ । କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଓ ବିକ୍ରିବଟା ଜାରି ରହିବ ଏବଂ ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ । ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ ଟ୍ରାକ୍ଟର ଚଳାଚଳ କରିପାରିବ ।
ସାମ୍ପ୍ରତିକ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ଶେଷର ରାଜ୍ୟ ସରକାର ଏଭଳି ଢ଼ଙ୍ଗରେ ଲକଡାଉନ କଟକଣାରେ କିଛି ଅଂଶରେ କୋହଳ କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ନିଜେ ଏସଆରସି ପ୍ରଦୀପ କୁମାର ଜେନା ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ତେବେ କୌଣସି ପରିସ୍ଥିତିରେ ଯେପରି ସାମାଜିକ ଦୂରତ୍ୱ କେଉଁଠାରେ ବି ଉଲ୍ଲଂଘନ ନ ହୁଏ, ଏହାକୁ ସମସ୍ତେ ନିଶ୍ଚିତ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଦିଆଯାଇଛି । ଅନ୍ୟ ପକ୍ଷରେ ରାଜଧାନୀ ଏବେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଭୁବନେଶ୍ୱର ସହର ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବ ବୋଲି ଏସଆରସି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ