ଘୁଞ୍ଚିଲା ଆୟକର ରିଟର୍ଣ୍ଣର ଶେଷ ତାରିଖ

ନୂଆଦିଲ୍ଲୀ : କରୋନା ଭାଇରସକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସ ମିଟ ଜରିଆରେ କେତେକ ଜରୁରୀ ଘୋଷଣା କରିଛନ୍ତି। ନିକଟରେ ସରକାର ସଫା ସଫା କହିଦେଇଥିଲେ ଯେ କରୋନା ଭାଇରସ ସହ ହେଉଥିବା ଲଢେଇରେ ଖର୍ଚ୍ଚ ହୋଇଥିବା ଫଣ୍ଡକୁ ସିଏସଆର ଆକ୍ଟିଭିଟି ଅନ୍ତର୍ଗତ ଧରାଯିବ। ଏହାସହିତ ଅର୍ଥ ମନ୍ତ୍ରୀଙ୍କ ନେତୃତ୍ୱରେ କୋଭିଡ ୧୯ ଟାସ୍କ ଫୋର୍ସର ଗଠନ ମଧ୍ୟ କରାଯାଇଛି। ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତି ସୁବ୍ରମନ୍ୟମ କହିଥିଲେ ଯେ କରୋନା ଭାଇରସ କାରଣରୁ ବଜାରରେ ଦେଖାଯାଉଥିବା ଡର ସହିତ ମୁକାବିଲା କରିବା ପାଇଁ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସମସ୍ତ ବାଧ୍ୟତାମୂଳକ ପଦକ୍ଷେପ ଉଠାଇବେ। ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଜମା କରିବାର ଶେଷ ତାରିଖ ହେଉଛି ୩୦ ଜୁନ ୨୦୨୦। ଏହାର ସୁଧ ଦରକୁ ୧୨ ପ୍ରତିଶତରୁ କମ କରାଯାଇ ୯ ପ୍ରତିଶତ କରାଯାଇଛି। ଆଧାର କାର୍ଡକୁ ପାନ ସହିତ ସଂଯୋଗ କରିବାର ଶେଷ ତାରିଖ ୩୦ ଜୁନ ୨୦୨୦ ରଖାଯାଇଛି। ଏହା ସହ ଟିଡ଼ିଏସ ବିଳମ୍ବିତ ଜମା ସୁଧହାରକୁ ୧୮ ପ୍ରତିଶତରୁ କମାଯାଇ ୯ ପ୍ରତିଶତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ