ଘୁମୁସରର ବିକାଶ ପାଇଁ ସରକାର ବଚନ ବଦ୍ଧ
ଭଞ୍ଜନଗର,(ସନ୍ତୋଷ ଜେନା):ସ୍ଥାନୀୟ ବନବିଭାଗ ଡାକବଙ୍ଗଳା ଭଞ୍ଜନଗର ଠାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ନବ ନିର୍ବାଚିତ ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ ନାୟକଙ୍କୁ ସମର୍ଦ୍ଧିତ କରାଯାଇ ଘୁମୁସର ଜିଲ୍ଲା ଗଠନ ସହ ସ୍ଥାନୀୟ ସମସ୍ୟା ଗୁଡିକ ର ସମାଧାନ ନିମନ୍ତେ ଏକ ଦାବୀପୂରଣ ସ୍ମାରକପତ୍ର ପ୍ରଦାନ କରାଯାଇ ଅଛି- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ସ୍ଵୟଶାସିତର ମାନ୍ୟତା, ବ୍ରହ୍ମପୁର ଫୁଲବାଣି ଭାୟା ଭଞ୍ଜନଗର ରେଳ ପଥ ନିର୍ମାଣ ,ବରିଷ୍ଠନାଗରିକଙ୍କ ମଞ୍ଚ ପାଇଁ ସ୍ଥାୟୀ କାର୍ଯ୍ୟାଳୟ , ଓଡିଆ ଭାଷା ସାହିତ୍ୟ ଓ ସଙ୍ଗୀତ ବିଶ୍ଵ ବିଦ୍ୟାଳୟ ଓ ଆଦିବାସୀ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା, ଭଞ୍ଜଙ୍କ ନାମରେ ଡାକ ଟିକଟ ଓ ଭଞ୍ଜ ସାହିତ୍ୟକୁ ହିନ୍ଦୀ ଓ ଇଂରାଜୀ ଭାଷIରେ ଅନୁବାଦ କରିବା,କବିଙ୍କ ଶ୍ରେଷ୍ଠକାବ୍ୟ ବୈଦେହୀଶ ବିଳାସ ନାମରେ ବୈଦେହୀ ଟ୍ରେନ ପ୍ରଚଳନ,ବୀର ଚକରା ବିଶୋଈଙ୍କ ନାମରେ ଶାରୀରିକ ବିଶ୍ଵବିଦ୍ୟାଳୟ ସ୍ଥାପନ, ଖୋଲା ରଙ୍ଗମଞ୍ଚ ଓ ଘୁମୁଷର ସଂଘ୍ରାଳୟ ନିର୍ମାଣ କରିବା, ଭଞ୍ଜନଗରର ଉପଖଣ୍ଡ ମେଡିକାଲକୁ ଜିଲ୍ଳା ମେଡିକାଲରେ ରୂପାନ୍ତତରିତ କରିବା ସହ ମୁକବଧିର ଚକ୍ଷୁ ବିଭାଗ ଖୋଲିବା ଓ ସ୍ଥାୟୀ ଜିଲ୍ଲା ମେଡିକାଲ ବୋର୍ଡ,ଆଞ୍ଚଳିକ ନିଦାନ ପରୀକ୍ଷା କେନ୍ଦ୍ର ସ୍ଥାପନ ଓ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖାଲିପଡିଥିବା ଡାକ୍ତର ପୂରଣ,କୁଲIଡ ଉପର ବ୍ୟIଘ୍ରଦେବୀ ପୀଠକୁ ପକ୍କା ସଡକ ଓ ରୋପୱେ ନିର୍ମାଣ ଓ ଭଞ୍ଜନଗର ଜଳଭଣ୍ଡାରର ପୁନରୁଦ୍ଧାର ସହ ଥିବା ସମସ୍ତ ବୃହତ ଉଠାଜଳ ସେଚେନ(ଏମଏଲଆଇ)କୁ ତୁରନ୍ତ କାର୍ଯ୍ୟକ୍ଷମ,ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗୋବଂଶ ଗୋପାଳକଙ୍କ ସାମୁହିକ ବିକାଶ, ଶୀତଳ ଭଣ୍ଡାର, ବିହନକେନ୍ଦ୍ର, ପାରମ୍ପରିକ କୃଷି ବିକାଶର ବିକାଶ ଓ ଓମଫେଡର ଚିଲିଙ୍ଗ ପ୍ଳାଣ୍ଟ ସ୍ଥାପନ ଇତ୍ୟାଦି ଦାବି ରଖିଥିଲେ। ପରିଷଦ ସଭାପତି ତଥା ବରିଷ୍ଟ ଆଇନଜୀବୀ ସୋମନାଥ ନାୟକ,ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ କୋଷାଧକ୍ଷ ବି ସୁଶାନ୍ତପାତ୍ର ,ବରିଷ୍ଟ ସଭ୍ୟ ରବୀନ୍ଦ୍ର ସାମନ୍ତ ଓ ଗୋପାଳ ଚନ୍ଦ୍ରଲେଙ୍କା ଓ ବହୁ ଅଞ୍ଚଳର ବୁଦ୍ଧିଜୀବି ଉପସ୍ଥିତି ଥିଲେ I


