ଘୁମୁସରର ସ୍ବର ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର
ବୁଗୁଡା,(ଅନିଲ କୁମାର ମହାରଣା): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ବାଲିପଦର ଚଷାସାହି ଶ୍ରୀ ଶ୍ରୀ ଭାଗବତ ସ୍ବାମୀ ଉନ୍ନୟନ ପରିଷଦ ସଭା ମଣ୍ଡପ ଠାରେ ପ୍ରତିଷ୍ଠାନର ବରିଷ୍ଠ ସଦସ୍ଯ ତଥା ସମାଜସେବୀ ଖଲି ପରିଡ଼ାଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ ବାଲିପଦର ସରକାରୀ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଇ.ନିଳାଚଳ ପାତ୍ର, ମା ସପ୍ନେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କବି ପଦ୍ମଲୋଚନ ଗୌଡ଼, ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ, ବୈଶ୍ୟ ସମାଜ କାର୍ଯକାରୀ ସଦସ୍ଯ କେ.ରାଘବ ପାତ୍ର ପ୍ରମୁଖ ଯୋଗଦେଇ ପ୍ରାଚୀନ ଘୁମୁସର ରାଜ୍ଯ ଅନ୍ତର୍ଗତ ବାଲିପଦର ଜଳିଗଡ ରାଜା କୃଷ୍ଣ ଭଞ୍ଜଙ୍କ ରାଜତ୍ବ କାଳର ଏକ ପ୍ରମୁଖ ସ୍ଥାନ ଭାବେ ଲୋକଲୋଚନରେ ପ୍ରତୀୟମାନ ହୋଇରହିଛି। ଉପନିବେଶବାଦ ବିରୁଦ୍ଧରେ ୧୭୫୩ ମସିହାରେ ଫରାସୀ ସୈନ୍ଯ ମାନଙ୍କ ସହ କନ୍ଧ ପାଇକମାନଙ୍କ ଯୁଦ୍ଧର ଏକ ମୁକ ସାକ୍ଷୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ପ୍ରାକ୍ତନ ଶିକ୍ଷକ ରାଜ ଗୋପାଳ ନାୟକ, ଧନେଶ୍ଵର ଜୋନା ଏବଂ ବୁଗୁଡା, ବେଲଗୁଣ୍ଠା ଓ ବାଲିପଦର ଅଞ୍ଚଳର ଯୁବ କବି ମାନେ ଯୋଗଦେଇ ନିଜନିଜ କବିତା ପାଠ କରି ଥିବାବେଳେ ଶେଷରେ ସୁଶାନ୍ତ କୁମାର ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ।