ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ନାମରେ ଡାକ ଟିକଟ ପ୍ରଚଳନ
ଭଞ୍ଜନଗର, (ସନ୍ତୋଷ ବିଶୋୟୀ):ଦୀର୍ଘ ଦିନର ଦାବି ପରେ ଆଜି କେନ୍ଦ୍ର ସରକାରଙ୍କ ଭାରତୀୟ ଡାକ ସେବା ତରଫରୁ ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ନାମରେ ଡାକଟିକଟ ପ୍ରଚଳନ କରାଯାଇଛି I ଏହି ଅବସରରେ ଆସିକା ମଣ୍ଡଳର ଡାକ ସେବା ଅଧିକାରୀ ନିରଞ୍ଜନ ନାଥ ପଣ୍ଡା ,ବ୍ୟବସାୟିକ କାର୍ଯ୍ୟ ନିର୍ବାହୀ ଅଧକାରୀ ପ୍ରତାପ ଚନ୍ଦ୍ର ସ୍ୱାଇଁ, ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ସିମାଞ୍ଚଳ ପାତ୍ର ପ୍ରମୁଖ ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଭଞ୍ଜନଗର ନିକଟବର୍ତ୍ତୀ ବିଞ୍ଝଗିରି ଠାରେ ଡାକଟିକଟ ଉନ୍ମୋଚନ କରିଛନ୍ତି ା ଏହି ଅବସରରେ ଭଞ୍ଜନଗରର ଶିକ୍ଷାବିତ ତଥା ବାହାଡାପଦର ସ୍ଥିତ ଚକରା ବିଷୋୟୀ ସାଂସ୍କୃତିକ ଏକାଡେମୀର ସଭାପତି ଜଗବନ୍ଧୁ ଜେନାଙ୍କୁ ଚକରା ବିଷୋୟୀ ସମ୍ମାନରେ ସମ୍ମାନିତ କରାଯାଇଛି ା କାର୍ଯ୍ୟକ୍ରମରେ ସମାଜସେବୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣୀ ଶତପଥୀ,ସ୍ବେଚ୍ଛାସେବୀ ପଞ୍ଚାନନ ପାଳ , ଲୋକ ନୃତ୍ୟ କଳାକାର ଜଗଦୀଶ ପାଣିଗ୍ରାହୀ,ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ବିଞ୍ଝଗିରି ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦେବୀ,ସି.ଆର୍.ସି.ସି ତ୍ରିନାଥ ବେହେରା,ଶିକ୍ଷକ ସାଜନ ସ୍ବାଇଁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ଚକରାଙ୍କ ଭଞ୍ଜନଗର ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆସିକା ମଣ୍ଡଳ ତରଫରୁ ପ୍ରସ୍ତାବ ଯାଇ ଅନୁମୋଦନ ଲାଭ କରିଥିବା ଚକରାଙ୍କ ଫୋଟ ଓ ନାମ ଥିବା ଡାକ ଟିକଟ ତାଙ୍କ ଜନ୍ମସ୍ଥାନ ବିଞ୍ଝଗିରି ଠାରେ ଉନ୍ମୋଚନ କରାଯାଇଥିଲା ା ଡାକ ବିଭାଗର ଏଭଳି କାର୍ଯ୍ୟକ୍ରମକୁ ସବୁ ମହଲରୁ ସ୍ବାଗତ କରାଯିବା ସହ ଘୁମୁସରବାସୀ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି I