ଘୁମୁସରର ସ୍ଵର ପକ୍ଷରୁ 105 ତମ ପୂର୍ଣ୍ଣିମା ଆସର
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ପବିତ୍ର ଦେବାଭିଷେକ ପୂର୍ଣ୍ଣିମା ଅବସରରେ ବାଲିପଦରର ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସରର ସ୍ୱର ପକ୍ଷରୁ ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ 105 ତମ ପୂର୍ଣ୍ଣିମା ଆସର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘୁମୁସରର ବିଶିଷ୍ଟ ସାହିତ୍ୟିକ ତଥା ଓକିଲ ସୋମନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବକ୍ତା ତଥା ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଶିବରାମ ପଣ୍ଡା, କୃତ୍ତିବାସ ବିଶ୍ୱାଳ, ଡକ୍ଟର ଵାୟାମନୁ ଚର୍ଚ୍ଚି, ଅଧ୍ୟକ୍ଷ ସନ୍ତୋଷ କୁମାର ଆପଟ, ଡକ୍ଟର ସୁରେନ୍ଦ୍ର ନାଥ ସାହୁ, ଡକ୍ଟର ପ୍ରଦୀପ୍ତ ଚନ୍ଦ୍ର ସିଂହ, ଅନନ୍ତ ରାମ କର, କବି ରାଜ କିଶୋର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଘୁମୁସରର ଐତିହ୍ୟ,ପରମ୍ପରା, ସାହିତ୍ୟ ଉପରେ ଗଭୀର ଆଲୋକପାତ କରିଥିଲେ । ଏହି ଅବସରରେ ସୋମନାଥ ନାୟକ, ସନ୍ତୋଷ କୁମାର ଆପଟ, ଶିକ୍ଷାବିତ କୃତ୍ତିବାସ ବିଶ୍ୱାଳ, ଏବଂ କବି ରାଜ କିଶୋର ଦାସଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ଆସନରେ କବି ଗୋପାଳ ଚନ୍ଦ୍ର ଲେଙ୍କା, ଭାସ୍କର ରାଉତ, ରବିନ୍ଦ୍ର କୁମାର ଆଚାର୍ଯ୍ୟ, ଶ୍ରୀଧର ମିଶ୍ର, କବୟିତ୍ରୀ ସୁଜାତା ସିଂ, ଗୈାରୀଶଙ୍କର ମିଶ୍ର, ବସନ୍ତ କୁମାର ବିଷୋୟୀ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ ବିଶିଷ୍ଟ ସମାଜସେବୀ ଖଲୀ ପରିଡ଼ା ଉପସଂହାର ବକ୍ତବ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । କବି ବସନ୍ତ କୁମାର ବିଷୋୟୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ I ପ୍ରଥମ ଦିନରେ 48 ୱାର୍ଡ୍ ସଭ୍ୟ ସମେତ ଦୁଇ ସମିତି ସଭ୍ୟ ଏବଂ ଗୋଟିଏ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ,ତନରଡ଼ା ମଣ୍ଡଳ ବିଜେପି ସଭାପତି ସୁଧାଂଶୁଙ୍କ ପ୍ରାଠିପତ୍ର ଦାଖଲ I


