ଘୁମୁସରର ସ୍ୱର ଜିଲ୍ଳା ସ୍ତରୀୟ 95 ତମ ପୂର୍ଣ୍ଣିମା ସାହିତ୍ୟ ଆସର,
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଘୁମୁସର ରାଜ ବଂଶର ପ୍ରାଚୀନ ତଥା ଐତିହାସିକ ପୀଠ ଏବଂ କିମ୍ବଦନ୍ତୀକୁ ନେଇ ଏହି ରାଜ୍ୟର ଐତିହ୍ୟ ପରିପୁଷ୍ଟ I ଏକଦା ସୋମବଂଶୀ ରାଜାମାନଙ୍କ ଗଡ଼ ଥିବା ମାଳତୀଗଡ଼ ଠାରେ ଓଡ଼ିଆ ଭାଷା, ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସରର ସ୍ଵର ପକ୍ଷରୁ 95 ତମ ପୂର୍ଣ୍ଣିମା ସାହିତ୍ୟ ଆସର ଓ ଆଲୋଚନା ଚକ୍ର ପ୍ରତିଷ୍ଠାନ ସଭାପତି ଡ.ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନା ଚକ୍ରରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାହିତ୍ୟିକ ଅନନ୍ତ କର, କୃଷ୍ଣଚନ୍ଦ୍ର ତ୍ରିପାଠି, ଡ.ବାୟାମନୁ ଚର୍କି , ଡା. ପ୍ରଦୀପ୍ତ ଚନ୍ଦ୍ର ସିଂହ, ଗୋପାଳ ଚନ୍ଦ୍ର ଲେଙ୍କା, କବି ଭାସ୍କର ରାଉତ,ଡଃ.ଶ୍ୟାମା ପ୍ରସାଦ ମିଶ୍ର,ଡଃ.ବିମଳ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମାଳତୀ ଗଡ଼ର ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I କେଶରାପଲ୍ଲୀର ପବିତ୍ର ରତ୍ନେଇ ପୀଠଠାରେ ଅନୁଷ୍ଠିତ ଆସରରେ ବୁଗୁଡାର ବିଶିଷ୍ଟ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଦାଶ ଭଞ୍ଜନଗରର ବଳରାମ ସ୍ୱାଇଁଙ୍କୁ ଘୁମୁସରର ସ୍ୱର ସମ୍ମାନରେ ଅତିଥି ନାରାୟଣ ବେହେରା ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ କବିତା ଆସରରେ କବି ଡଃ.ବିମଳ ପ୍ରସାଦ ପଟ୍ଟନାୟକ, ଏ.ତିରୁମାଲା ଆଚାରୀ, କାର୍ତ୍ତିକେଶ୍ୱର ପ୍ରଧାନ,ଡଃ.ନଳିନୀ ପ୍ରଭା ଦାସ, ଡଃ.ସୁଜତା ସିଂ,ମନୋଜ ପଟ୍ଟନାୟକ, ଏ.ପ୍ରଶାନ୍ତ ଆଚାରୀ, ପଞ୍ଚାନନ ନାହାକ, ମନୋଜ କୁମାର ପଟ୍ଟନାୟକ, ବି.ପ୍ରକାଶ ପାତ୍ର ଏବଂ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ I ସର୍ବଶ୍ରୀ ବସନ୍ତ ବିଷୋୟୀ, ସୁଦର୍ଶନ ପାତ୍ର, ସାଗର ତ୍ରିପାଠି, ଜି.ରାଜେଶ୍ଵର ପାତ୍ର, କୈଳାସ ପ୍ରଧାନ, ଶ୍ରୀଧର ମିଶ୍ର, ଖଦାଳ ସ୍ୱାଇଁ ,ପ୍ରଦୀପ ଲେଙ୍କା ଏବଂ ନାହାଡା ଯୁବ ସଂସଦର ପ୍ରତିନିଧି ମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସଞ୍ଚାଳିତ କରିଥିଲେ I ଉକ୍ତ ଆସରରେ ଦୁଇ ଗୋଟି ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ରତ୍ନାକର ମହାରଣା ଧନ୍ୟବାଦ ଜ୍ଞାପନ କରିଥିଲେ I


