ଘୁମୁସର କ୍ଷେତ୍ରରେ ବିଶ୍ଵ ଶ୍ରମିକ ଦିବସ ପାଳନ

ଭଞ୍ଜନଗର, (ସନ୍ତୋଷ ଜେନା):ଘୁମୁସର କ୍ଷେତ୍ରରେ ବିଭିନ୍ନ ଶ୍ରମ ସଂଘଠନ ଘୁମୁସର ବିକାଶ ପରିଷଦ, ମଧୁସୂଦନ ନିର୍ମାଣ ଶ୍ରମିକ ସଂଘ, ଘୁମୁସର ମଜଦୂର ସଂଘ,ବାର୍ଡ ଅନୁଷ୍ଟIନ ତରଫରୁ ବିଶ୍ଵ ଶ୍ରମିକ ଦିବସ ପାଳନ କରାଯାଇ ଅଛି I ଶ୍ରମିକ ନିମିତ ସରକାରଙ୍କ ସବୁ ଯୋଜନା କେବଳ ସଂଘଠିତ ଶ୍ରମ ଅନୁଷ୍ଠାନର ଶ୍ରମଜୀବୀ ଲାଭ ପାଇଥାନ୍ତି କିନ୍ତୁ ଦୁଖର ବିଷୟ ଦେଶ ନିର୍ମାଣରେ ଯେଉ ଶ୍ରମିକ ଶ୍ରମ ଦେଇ ସାରା ଜୀବନ ସମୟ ଦେଇଥାଏ ତାଙ୍କ ପାଖରେ ସରକାରୀ ଜନମଙ୍ଗଳ ଯୋଜନା ସାତସପନ ହୋଇଅଛି କାରଣ ଏମାନେ ଅଣ ସଂଘଠିତ ସରକାର ପାଖରେ ଏହା ଉପରେ ସ୍ପଷ୍ଟ ପରିଭାଷା ନIହିଁ ଯଥା ଉଠା ଦୋକାନୀ, ଅଟୋଚାଳକ, ମୋଚି, କୃଷି ଶ୍ରମିକ , ଫରେଷ୍ଟ ୱୋର୍କର, ଖବର କାଗଜ ପକାଳି, ସଫେଇ କର୍ମଚାରି ୧୦ ଗୋଟିଙ୍କୁ ଶ୍ରମିକ ଶ୍ରେଣୀ ବିଭକ୍ତ କରାଯାଇ ଓଡିଶା ଅଣ ସଂଘଠିତ ସାମାଜିକ ବୋର୍ଡ ହେବାରେ ସାତବର୍ଷ ବିତିବାକୁ ଲାଗିଲାଣି ଓ ଏ ଉପରେ ୫୭୯ କୋଟି କର୍ପସ ପାଣ୍ଠି ହୋଇ ଆଜି ପର୍ଯ୍ୟନ୍ତ ଶ୍ରମ କଲ୍ୟାଣରେ ବିନିଯୋଗ ହୋଇପାରୁ ନIହିଁ ଓ ଉକ୍ତ ଶ୍ରମିକ ଜIଣନ୍ତି ନIହିଁ, ତେଲେଙ୍ଗନା, ଆନ୍ଧ୍ରାପ୍ରଦେଶ, ତାମିଲ ନାଡୁ, କର୍ଣାଟକ ଓ ନୂଆଦିଲ୍ଲୀ ହେଲ୍ପ ଡେସ୍କ ଖୋଲାଅଛି ଯାହା କାମକରୁ ନIହିଁ ରାଜ୍ୟରେ କେତେ ପ୍ରବାସୀ ଶ୍ରମିକ ଅଛନ୍ତି ,କେଉଠି,କେଉ କାମରେ କେବେ ଠାରୁ କେଉ ଅବସ୍ଥାରେ ଅଛନ୍ତି ଓ ଶିଶୁ ଶ୍ରମିକ କେତେ ଅଛନ୍ତି,ପ୍ରତିବର୍ଷ ୨୦ହଜାର ଊର୍ଦ୍ଦ୍ଵ ଦଶମଶ୍ରେଣୀ ପରୀକ୍ଷା ଫର୍ମଫିଲଅପ କରି ପରୀକ୍ଷା ନଦେଇ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ପଳାୟନ କରିଥାନ୍ତି ସରକାର ପାଖରେ ତଥ୍ୟ ନIହିଁ ଏଠୁ ଜାଣିବା ଶ୍ରମ ଆଇନ ଓ କଲ୍ୟାଣ କିପରି ଓ କାହାପାଇଁ ହଉଅଛି ଏଠୁ ଆମେ ଜାଣି ପାରିବା, ବିଧାୟକ, ସାଂସଦଙ୍କ ଦରମା ରାତାରାତି ବଢିଯାଉଛି କିନ୍ତୁ ଦୈନିକ ମଜୁରିଆ ୧୦ଟଙ୍କା ବଢିବା ପାଇଁ ବିଧାନ ସଭା, ସଂସଦ ଓ କାବିନେଟରେ ମଞ୍ଜୁର କରିବାକୁ ପଡେ I ଲାଲ ବାହାଦୁର ଶାସ୍ତ୍ରୀଙ୍କ ସ୍ଲୋଗାନ ଥିଲା ଜୟ ଯବାନ ଜୟ କିଶାନ କିନ୍ତୁ ଯବାନ ସହିଦ ହେଲେ ରାଷ୍ଟ୍ର ସନ୍ନମାନ ଦିଆଯାଏ କିନ୍ତୁ ଆମର ଅର୍ଣଦାତା କୃଷି ଶ୍ରମିକ ମୃତ୍ୟ ହେଲେ ତାକୁ ଆତ୍ମହତ୍ୟା କହି ରାଜନୀତି କରୁଛେ I ଦଲାଲ ଖୋରୀ, ଆଉଟ ସୋରସିଙ୍ଗି, କୁତ୍ରିମ ବୁଦ୍ଧିମତ୍ତା ଏଆଇ ,ଘରୋଇ କରଣ, ପୁଞ୍ଜିବାଦୀ , ରାଜନୈତ୍ୟକ ବାଦ ଦୈନନ୍ଦିନ ବଢିବାରେ ଲାଗିଛି ଆଗାମୀ ନିର୍ବାଚନରେ କୌଣସି ରାଜନୈତିକ ଦଳ ଶ୍ରମ କଲ୍ୟାଣ ଉପରେ ସ୍ପଷ୍ଟ ନିର୍ବାଚନୀ ଇସ୍ତାହାର ଜାଗI ନଥିବାରୁ ଶ୍ରମିକ ନେତା ବରିଷ୍ଟ ଆଇନଜୀବୀ ସୋମନାଥ ନାୟକ ଓ ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ କ୍ଷୋବପ୍ରକାଶ କରିଛନ୍ତି ଓ ଶ୍ରମ ସଂଘ ଗଠନ କରି ଜନ ଆନ୍ଦୋଳନ କରିବା ଓ ଘୁମୁସର ସବୁ ଶ୍ରମିକ ସଂଘ ତରଫରୁ ଆହ୍ଵାନ ଦିଆଯାଇଅଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ