ଘୁମୁସର ଜିଲ୍ଲା ଦାବି : ବୁଗୁଡ଼ାରେ ତେଜିଲା ଆନ୍ଦୋଳନ

ବୁଗୁଡା, (ସ୍ୱରୂପ ସୁମନ ମହାରଣା) : ଘୁମୁସର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ବୁଗୁଡା ଜନସାଧାରଣଙ୍କ ନିଷ୍ପତ୍ତି ପ୍ରକାରେ ବୁଗୁଡା ବନ୍ଦ ଡାକରାକୁ ସମର୍ଥନ କରି ବାଲିପଦର ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଲିପଦର ମହୋତ୍ସବ କମିଟି ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ନଭେମ୍ବର ୮ ତାରିଖ ଦିନ ବୁଗୁଡା ବନ୍ଦକୁ ସମର୍ଥନ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଛି। ବାଲିପଦର ବନ୍ଦକୁ ବାଲିପଦର ବଣିକ ସଂଘ, ଫ୍ରେଣ୍ଡସ୍ କ୍ଳବ, “ଘୁମୁସର ର ସ୍ବର “, ଉନ୍ନୟନ ପରିଷଦ, ଉତ୍କଳ କଳା ପରିଷଦ, ଯୁବକ ସଂଘ, ଶ୍ରୀରାମ ପରିବା ବ୍ୟବସାୟୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସମର୍ଥନ ଜଣାଇଛନ୍ତି। ଏହି ବୈଠକରେ ଇଂ.ବିପ୍ର ଚରଣ ପାତ୍ର, ଜି.ରାଜେଶ୍ବର ପାତ୍ର, ପ୍ରକାଶ ଚନ୍ଦ୍ର ରଥ, ଖଲି ପରିଡ଼ା, ଜି.ମନୋଜ କୁମାର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ବି.ପ୍ରକାଶ ଚନ୍ଦ୍ର ପାତ୍ର, ଜି.ସଞ୍ଜିବ କୁମାର ପାତ୍ର, ନାରାୟଣ ସାମନ୍ତରା, ରାଜେନ୍ଦ୍ର କୁମାର ମହାରଣା, ଲକ୍ଷ୍ମଣ ପଲାଇ, ରଙ୍କନିଧି ପଲାଇ, ଗଣେଶ ବାଡତ୍ୟା, କେ.ରାଘବ ଚରଣ ପାତ୍ର, ଅଜିତ୍ ପଣ୍ଡା, ଶ୍ରୀକାନ୍ତ ଗୁରୁ , ଉମାଶଙ୍କର ନାୟକ, କେ.ଦେବେନ୍ଦ୍ର କୁମାର ପାତ୍ର, ଜି.ଅରବିନ୍ଦ ପାତ୍ର, କେ.ବାରାନିଧି ପାତ୍ର, ଜି.ରଞ୍ଜିତ କୁମାର ପାତ୍ର, ସୂର୍ଯ୍ୟ ନାରାୟଣ ସାମନ୍ତରା, ଅଜିତ୍ କୁମାର ବଡୁ, ଅଜିତ୍ କୁମାର ମହାରଣା, ଜି. ଗୋପାଳ ଚନ୍ଦ୍ର ଆଚାରୀ, କେ. ମନୋଜ କୁମାର ଆଚାରୀ, ମନୁ ସାହୁ, ପାଣୁଗୌଡ, ବିକ୍ରମ ସାହୁ, ଶ୍ରୀଧର ବଡୁ, ଇ.ବାଳକୁ୍ଷ୍ଣ ଦୋରା, ମଙ୍ଗୁଳୁ ପାତ୍ର, କାହ୍ନୁ ଚରଣ ବାଡତ୍ୟା, ଏ.ସର୍ଭିସ୍ ଆଚାରୀ, ବୁଲୁ ବାଡତ୍ୟା, ବାଳକୃଷ୍ଣ ବିଷୋୟୀ, ସନ୍ତୋଷ ବାଡତ୍ୟା, ଜି.ରାହୁଳ ପାତ୍ର, କେ.ଯଶକେତନ ପୃଷ୍ଟି, ସମିତ୍ ପାତ୍ରପ୍ରମୁଖ ଯୋଗଦେଇ ବନ୍ଦକୁ ସମର୍ଥନ କରିବାକୁ ସମ୍ମତି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ