ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ଚିଠି ଲେଖା ଅଭିଯାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବଙ୍କ ଉଦେଶ୍ୟ ରେ ଚିଠି ଲେଖିଥିଲେ ତା ସହ ଘୁମୁସର ଜିଲ୍ଲା ଦାବି ପାଇଁ ଦସ୍ତଖତ କରି ନିଜ ମତ ରଖିଥିଲେ ସମସ୍ତ ଛାତ୍ରୀ ମାନେ।ଘୁମୁସର ବାହିନୀ ର ଏହି କାଯ୍ୟକ୍ରମ କୁ ସମସ୍ତ ଛାତ୍ରୀ ଏବଂ ମହିଳା ବିଦ୍ୟାଳୟ ର ଅଧ୍ୟାକ୍ଷା ମାମା ପରିଡ଼ା ଏବଂ ଅଧ୍ୟାପକା ଡଃ.ନଳିନୀ ପ୍ରଭା ଦାସ , ରାଧାମାଧବ ପ୍ରଧାନ , କୌଳାସ ଚନ୍ଦ୍ର ପିଢ଼ି, ସୁଶ୍ରୀ ଆରତୀ ସେଠି ଓ ପି.ଇ.ଟି ସୂଚେତା ସ୍ଵାଇଁ ସହଯୋଗ କରିଥିଲେ ଏଥିରେ ତିନି ଶହ ଚିଠି ,ଦସ୍ତଖତ ଏବଂ ଜିଲ୍ଲା ଦାବି ବିଶୟରେ ସଚେତନତା ପିଲାଙ୍କ ମଧ୍ୟରେ ଉଛାହ ଦେଖିବାକୁ ମିଳିଥିଲା ।ଏଥିପାଇଁ ସମସ୍ତେ ଙ୍କୁ ଘୁମୁସର ବାହିନୀ ର ସଦସ୍ୟ ମାଧବ ନାୟକ ଓ ନଚିକେତା ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।