ଘୁମୁସର ତୈଳିକ ବୈଶ୍ୟ ସମାଜ ଗୃହ ପାଇଁ ଭିତିପ୍ରସ୍ତର ସ୍ଥାପନ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ଘୁମୁସର ତୈଳିକ ବୈଶ୍ୟ ସମାଜ ଗୃହ ପାଇଁ ଭିତିପ୍ରସ୍ତର ସ୍ଥାପନ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ସମାଜର କେନ୍ଦ୍ରୀୟ ସଭାପତି ରଙ୍କନିଧି ସାହୁ ହରିଗଡ଼ ଗ୍ରାମରେ ଘୁମୁସର ରାଜ୍ୟର ସମାଜ ଗୃହ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟପାଇଁ ସମାଜ ପକ୍ଷରୁ ହୋମ,ପୂଜାର୍ଚ୍ଚନା ପ୍ରଭୃତି ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଉପସଭାପତି ତ୍ରିଲୋଚନ ସାହୁ, କେନ୍ଦ୍ରୀୟ ସମ୍ପାଦକ ପୁରୁଷୋତ୍ତମ ସାହୁ, ହରିଗଡ଼ ସାହି ସଭାପତି ଅନିଲ କୁମାର ସାହୁ ପ୍ରମୁଖଙ୍କ ସମେତ ସମାଜର ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।