ଘୁମୁସର ନୂଆଁ ଗାଁ ସୁନୀଲ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଚାମ୍ପିୟନ୍

ବେଲଗୁଣ୍ଠା ,(ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଜି.ନୂଆଁ ଗାଁ କ୍ରିକେଟ କ୍ଲବ୍ ଭଞ୍ଜନଗର ତୁରୁମୁ ଠାରେ ଅନୁଷ୍ଠିତ ସୁନିଲ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ କୁଲାଡ଼ ଟିମ୍ କୁ ହରାଇ ଚାମ୍ପିୟନ୍ ହୋଇଛି । ଆଜିର ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜି. ନୂଆଁ ଗାଆଁ ଦଳ ସମସ୍ତ ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ କୁଲାଡ଼ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୧୩୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଜି. ନୂଆଁ ଗାଁ ଦଳ ୧୪ ରନ୍ ରେ ବିଜୟୀ ହୋଇ ସୁନିଲ ସାହୁ ସ୍ମାରକୀ ବିଜୟୀ ମୁକୁଟ ହାସଲ କରିଥିଲେ । ଆଜିର ଏହି ମ୍ୟାଚରେ ତୁରୁମୁ ସରପଞ୍ଚ ରବୀନ୍ଦ୍ର କୁମାର ପ୍ରଧାନ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଶିକ୍ଷକ ସୁଦାମ ଦଳବରା ବିଜୟୀ ଦଳକୁ ଅର୍ଥ ରାଶି ପ୍ରଦାନ କରିଥିଲେ । ଆଜିର ଏହି ମ୍ୟାଚକୁ ସୁଜିତ ପ୍ରଧାନ ଓ ବଚନ ବେହେରା ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ରେ ଥିଲେ ବୈରାଗୀ ଗୌଡ଼ ଓ ମୂର୍ତ୍ତୃଞ୍ଜୟ ସାହୁ । ଚଳିତ ବର୍ଷ ଏହି ଟ୍ରଫି ଆୟୋଜନରେ ରମେଶ ପ୍ରଧାନ, ଚନ୍ଦନ ବିଷୋୟୀ, ଶ୍ରୀମନ୍ତ ପ୍ରଧାନ,କାହ୍ନ ସାହୁ ପ୍ରଭୁତି ସହଯୋଗ କରିଥିଲେ । ସ୍କୋର ବୋର୍ଡ ରେ ଥିଲେ ବୈରାଗୀ ଗୌଡ଼ ଓ ମୂର୍ତ୍ତୃଞ୍ଜୟ ସାହୁ । ଘୁମୁସର ନୂଆଁ କ୍ରିକେଟ୍ କ୍ଳବ୍ ର ଏହି ସଫଳତାରେ ଜି.ନୂଆଁ ଗାଆଁ ଗ୍ରାମବାସୀ କ୍ରିକେଟ କ୍ଳବ୍ କୁ ଶୁଭେଚ୍ଛା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ