ଘୁମୁସର ଫୋଟୋଗ୍ରାଫର ସଂଘ ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ପାଇଁ ବିଭିନ୍ନ ପ୍ରକାରର କ୍ଷେତ୍ର ପ୍ରଭାବିତ ହୋଇଛି।ଆଜି ଭଞ୍ଜନଗର ଘୁମୁସର ଫୋଟୋଗ୍ରାଫର ସଂଘ ପକ୍ଷରୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ ସରକାର ଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଲକ୍ ଡାଉନ କୁ ସଂଘ ସମ୍ମାନ ଜଣାଉଛି। ବର୍ତ୍ତମାନ ଭଞ୍ଜନଗର ଅଞ୍ଚଳରେ ଘୁମୁସର ଫୋଟୋଗ୍ରାଫର ସଂଘ ର ପ୍ରାୟ ୬୦ ଜଣ ଫୋଟୋଗ୍ରାଫର ଅଛନ୍ତି। ଲକ୍ ଡାଉନ ଯୋଗୁଁ ବିବାହ, ବ୍ରତ ଓ ସମସ୍ତ ପ୍ରକାର ସାମାଜିକ କାର୍ଯ୍ୟ ବନ୍ଦ ରହିଥିବାରୁ ଘୁମୁସର ଅଂଚଳର ଫୋଟୋଗ୍ରାଫର ମାନଙ୍କର ପ୍ରାୟ ୬ ମାସର ରୋଜଗାର ଠପ ହୋଇଯାଇଛି । ଏଥି ଦ୍ଵାରା ସେମାନଙ୍କ ର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ଫଳରେ ସମସ୍ତେ ରୋଜଗାର ହରାଇ ବସିଛନ୍ତି। ସେଥିପାଇଁ କର୍ମଚାରୀ ଙ୍କ ଦରମା, ଦୋକାନ ଭଡା,ଋଣର ମାସିକକୀର୍ସ୍ତି ଓ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି। ଏଣୁ ଘୁମୁସର ଫୋଟୋଗ୍ରାଫର ସଂଘ କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଦାବି ପତ୍ର ପ୍ରଦାନ ବେଳେ ଘୁମୁସର ଫୋଟୋଗ୍ରାଫର ସଙ୍ଘର ସଭାପତି ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ,ସଂଘର ସଂପାଦକ ସାଗର ବେହେରା ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ