ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଏହି ମଞ୍ଚର ଅଗଷ୍ଟ ମାସ ବୈଠକ ଆଜି ମଧ୍ୟାହ୍ନ ରେ ନାୟକ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ସଭାପତି ସୋମନାଥ ନାୟକ ଅଧକ୍ଷତା କରିଥିଲେ. ତାଙ୍କ ସହ ଶିବରାମ ପଣ୍ଡା ପୂର୍ବତନ ଅଧ୍ୟକ୍ଷ, ଉପସଭାପତି ବାଳକୃଷ୍ଣ ବେହରା, ସମ୍ପାଦକ ରବିନାରାୟଣ ସାମନ୍ତ, ରବୀନ୍ଦ୍ର ଆଚାର୍ଯ୍ୟ ମଂଚାସୀନ ଥିଲେ.ସମ୍ପାଦକ ଗତ ମାସ ବୈଠକ ର ବିବରଣୀ ପାଠ କରିଥିଲେ, ତାହା ଆଲୋଚନା ହୋଇ ଗୃହୀତ ହୋଇଥିଲା | ଘୁମୁସର ଜିଲ୍ଲା ଆନ୍ଦୋଳନ ଭିତରେ ଜଗନ୍ନାଥ ପ୍ରସାଦ ବନ୍ଦ ର ସବିଶେଷ ବିବରଣୀ ସଭାପତି ଉପସ୍ଥାପିତ କରିଥିଲେ ଏହି ମଞ୍ଚ ର ଯେଉଁ ବନ୍ଧୁ ମାନେ ଏହି ବନ୍ଦ ରେ ସକ୍ରିୟ ସହଯୋଗ କରିଥିଲେ ସେମାନଂକୁ ପ୍ରଶଂସା କରାଯାଇଥିଲା | ମଞ୍ଚର ଚିଠା ଉପବିଧି ସମୟ ଉପଯୋଗୀ କରାଯାଇ ପଞ୍ଜିକରଣ ପାଇଁ ଚୂଡାନ୍ତ କରାଯାଇ ଥିଲା | ବାର୍ଦ୍ଧକ୍ୟ ଭତ୍ତା ୫୦୦ଟଙ୍କା ରୁ ୨୦୦୦ କୁ ବୃଦ୍ଧି କରିବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯାଇ ଏକ ନିର୍ଧାରଣ ଗୃହୀତ ହୋଇଛି | ରାଜ୍ୟ ସରକାର ସହରାଞ୍ଚଳରେ ବରିଷ୍ଠ ନାଗରିକ ମାନଙ୍କୁ ଚିତ୍ତବିନୋଦନ କେନ୍ଦ୍ର ଯୋଗାଇ ଦେବାକୁ ଯେଉଁ ନୀତି ଗ୍ରହଣ କରଛନ୍ତି ତାକୁ ସ୍ୱାଗତ କରାଯାଇଛି | ଭଞ୍ଜନଗର ଏନ.ଏ. ସି. କର୍ତ୍ତୃପକ୍ଷ ଏ ଦିଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ଅନୁରୋଧ କରାଯାଇଛି | ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା | ଆସନ୍ତା ଅଗଷ୍ଟ 15ତାରିଖ ସ୍ୱାଧୀନତା ଦିବସକୁ ପାରମ୍ପରିକ ରୀତିରେ ପାଳନ କରିବାକୁ ସ୍ଥିର ହୋଇଛି ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି. ସର୍ବଶ୍ରୀ ହରିକୃଷ୍ଣ ସାହୁ, ସନ୍ତୋଷ କୁମାର ମିଶ୍ର, ଲଡ଼ୁକିଶୋର ପ୍ରଧାନ, ବିଜୟକୁମାର ପାତ୍ର, ବାଳକୃଷ୍ଣ ପାଢ଼ୀ, ଶିବ ପ୍ରସାଦ ସୁବୁଦ୍ଧି, ଲିଙ୍ଗରାଜ ପଟ୍ଟନାୟକ,ମାଗତି ଗୌଡ଼, କେ. ବିଶ୍ୱନାଥ ପାତ୍ର, ଗୋବିନ୍ଦ ଚନ୍ଦ୍ର ଲେଙ୍କା, କେ. ମୋହନ ପାତ୍ର, କେ. ରଜେଶ୍ବରୀ ପାତ୍ର ଅଭିମନ୍ୟୁ ଭୂୟାଁ, ନୀଳକଣ୍ଠ ବେହେରା, ପ୍ରତାପ ଚନ୍ଦ୍ର ସାହୁ ରଘୁନାଥ ନାଥ ସାହୁ, ପୁରୁଷୋତ୍ତମ ପାଣିଗ୍ରାହୀ , ଟି. ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ୩୭ ଜଣ ସଦସ୍ୟ ଆଲୋଚନା ରେ ଭାଗ ନେଇଥିଲେ | ଆଜିର ଲକି ଡ୍ର ରେ ସୁବଳ ଚନ୍ଦ୍ର ଭୂୟାଁ (କଇଣ୍ଡି) ବିଜୟୀ ହୋଇଛନ୍ତି | ସଭା ଶେଷରେ ସମ୍ପାଦକ ରବିନାରାୟଣ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ