ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ମାର୍ଚ୍ଚ ମାସ ବୈଠକ ଆଜି ମଧ୍ୟାହ୍ନ ରେ ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳାରେ ସ୍ଥାୟୀ ସଭାପତି ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ସମ୍ପାଦକ ରବିନାରାୟଣ ସାମନ୍ତ ଗତ ବୈଠକର ବିବରଣୀ ପାଠ କରି ଗୃହୀତ କରାଇ ନେଇଥିଲେ I ସଭାପତି ଖବର କାଗଜରେ ଗତ ମାସ 12ତାରିଖରେ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଓ ସମାଧାନ ଉପରେ ପ୍ରକାଶ ପାଇଥିବା ଲେଖା ପଢି ଶୁଣାଇବା ସାଙ୍ଗକୁ ତର୍ଜମା କରିଥିଲେ I କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତିଆଡ଼ି ସଭାପତିଙ୍କୁ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ I ଆଗାମୀ ଗ୍ରୀଷ୍ମକୁ ଆଖି ଆଗରେ ରଖି ପରବର୍ତ୍ତି ବୈଠକ ଗୁଡ଼ିକ ସକାଳ ନ’ଘଟିକାରୁ ଏଗାର ଘଟିକା ପର୍ଯ୍ୟନ୍ତ କରିବାକୁ ସ୍ଥିର କରାଗଲା I ଅପ୍ରେଲ ମାସର ବୈଠକ ଛଅ ତାରିଖ ପରିବର୍ତ୍ତେ ଅପ୍ରେଲ ଏକ ତାରିଖ ଉତ୍କଳ ଦିବସରେ କରାଯିବା ପାଇଁ ଠିକ କରାଗଲା I ବର୍ଷା ଦିନ ପୂର୍ବରୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରି ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବାକୁ ସ୍ଥିର ହେଲା I ସହସମ୍ପାଦକ ପିତାମ୍ବର ପରିଡାଙ୍କ ପ୍ରସ୍ତାବ କ୍ରମେ ଭଞ୍ଜନଗର ଏନ. ଏ. ସି. ତଥା ଘୁମୁସର ଅଂଚଳର ସମସ୍ୟା ଗୁଡିକ ଉପରେ ମଞ୍ଚ ତରଫରୁ ବିଭିନ୍ନ ନିର୍ଧାରଣ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ I ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭଲ ଚିକିତ୍ସକ ଅଭାବରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳୁନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା I ସାଥୀ ପିତାମ୍ବର ପରିଡା ଧନ୍ୟବାଦ ଦେବାପରେ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ