ଘୁମୁସର ବ୍ରାହ୍ମଣ ପୁରୋହିତ ସମିତି ପକ୍ଷରୁ ପଞ୍ଚମହାଯଜ୍ଞ ଓ ସମ୍ବର୍ଦ୍ଧନା ଉତ୍ସବ

ବୁଗୁଡା,(ଅନିଲ କୁମାର ମହାରଣା): ଘୁମୁସର ବ୍ରାହ୍ମଣ ପୁରୋହିତ ସମିତି ପକ୍ଷରୁ ଭଞ୍ଜ ରାଜବଂଶର ଇଷ୍ଟଦେବୀ ମା’ଶାଙ୍କୁଳେଇ ପୀଠରେ ଜାନୁଆରୀ ୨୪ ତାରିଖ ରବିବାର ଦିନ ବିଶ୍ୱର ମଙ୍ଗଳ ନିମନ୍ତେ ପଞ୍ଚମହାଯଜ୍ଞ ତଥା ବ୍ରହ୍ମ ଉତ୍ସବ ଅନୁଷ୍ଠିତ ହେବା ସହ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମିତିର ସଭାପତି ପଣ୍ଡିତ କାଳୁ ଚରଣ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ୱର ମଙ୍ଗଳ ପାଇଁ ସକାଳ ୭ ଘଣ୍ଟା ୧୭ ମିନିଟରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଅତିଥି ଭାବେ କାଳୀ ଚରଣ ତ୍ରିପାଠୀ, ସମିତିର ଉପଦେଷ୍ଟା ତାରିଣୀ ଚରଣ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଭାବଗ୍ରାହୀ କର ଯୋଗଦେଇ ଥିବା ବେଳେ ପଣ୍ଡିତ ମନୋଜ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଅନ୍ତରପଡ଼ା ପାଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ଭୋଳ ଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ