“ଘୁମୁସର ର ସ୍ବର”ର ଦିନ ପଞ୍ଜିକା ଉନ୍ମୋଚିତ

ବୁଗୁଡ଼ା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥା ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ଚଳିତ ବର୍ଷର ନିଜସ୍ବ ଦିନ ପଞ୍ଜିକା (ଦୈନିକ କ୍ୟାଲେଣ୍ଡର) ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ବାଲିପଦର ଶାଖାର ପରିଚାଳକ ସନ୍ତୋଷ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ ପଞ୍ଜିକାକୁ ଉନ୍ମୋଚିତ କରିଥିବା ବେଳେ ପ୍ରତିଷ୍ଠାନର ସଭାପତି ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, କ୍ଷେତ୍ର ପରିଚାଳକ ଦେବେନ୍ଦ୍ର ନାଥ ସାହୁ, ସଂପାଦକ ରତ୍ନାକର ମହାରଣା,ସମାଜସେବି କୈଳାଶ ଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମ ଦିବସରେ ଶତାଧିକ ଦିନ ପଞ୍ଜିକା ବଣ୍ଟନ କରାଯାଇ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ