“ଘୁମୁସର ର ସ୍ବର”ର ୧୨୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା
ବୁଗୁଡା, (ଅନିଲ କୁମାର ମହାରଣା):ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୨୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ପୌରହିତ୍ଯରେ ବାଲିପଦର ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶାର ଓଡିଆ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରସନ୍ନ କୁମାର ସ୍ବାଇଁଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେବାସହ “ଘୁମୁସର ର ସ୍ବର” ସମ୍ମାନରେ ସମ୍ମାନିତ କରା ଯାଇଥିଲା। ଅନ୍ୟତମ ସମ୍ବର୍ଦ୍ଧିତ ବ୍ଯକ୍ତିତ୍ବ ଭାବେ ଫକୀରମୋହନ ବିଶ୍ବ ବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର୍ ଡକ୍ଟର ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧିବକ୍ତା ସୋମନାଥ ନାୟକ, ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, କବି ଅନନ୍ତ କର, ଗୌରୀ ଶଙ୍କର ମିଶ୍ର, ଗବେଷକ ଡ.ବ୍ରଜକିଶୋର ପାଢୀ, ହରିକୃଷ୍ଣ ସାହୁ, ଖଲି ପରିଡା, ଜି.ରାଜେଶ୍ବର ପାତ୍ର, ରାଜ ଗୋପାଳ ନାୟକ, କେ.ରାଘବ ପାତ୍ର, ଇ.ନୀଳାଞ୍ଚଳ ପାତ୍ର, ପ୍ରମୁଖ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ। କାର୍ତ୍ତିକେଶ୍ଵର ପ୍ରଧାନ, ଶ୍ରୀଧର ମିଶ୍ର, ବ୍ରୁ୍ନ୍ଦାବନ ମହାନ୍ତି, ରୁପାଲି ସ୍ବାଇଁ, ନିରଞ୍ଜନ ପାତ୍ର, ଦ୍ବିତୀକୃଷ୍ଣ ସ୍ବାଇଁ, ପ୍ରଦୀପ୍ତ ସାମନ୍ତରା, କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ କବିତା ପାଠ କରିିଥିବା ବେଳେ ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ସହଯୋଗ କରିଥିଲେ।