“ଘୁମୁସର ର ସ୍ବର” ପକ୍ଷରୁ ୧୨୯ ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର
ବୁଗୁଡା, (ଅନିଲ କୁମାର ମହାରଣା):ବାଲିପଦର ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର”, ବାଲିପଦର ପକ୍ଷରୁ ପବିତ୍ର ଭାଦ୍ରବ ପୂର୍ଣ୍ଣିମା (ଭାଗବତ ଜନ୍ମ) ପରିପ୍ରେକ୍ଷୀରେ ୧୨୯ ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। “ଘୁମୁସର ର ସ୍ବର” ର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଜନଜୀବନକୁ କେମିତି ପ୍ରଭାବିତ କରି ସମାଜରେ ସଂସ୍କାର ଆଣି ପାରିଛି ଓ ନାରୀ ଶିକ୍ଷାର ବିକାଶରେ କିପରି ସହାୟକ ହୋଇ ପାରିଛି ସେ ସଂପର୍କରେ ଅତିଥି ବୃନ୍ଦ ଅବଗତ କରାଇଥିଲେ। ଉକ୍ତ ଆଲୋଚନା ଚକ୍ରରେ ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ପ୍ରମିଳା ବେହରା, ଅଧ୍ୟାପିକା ସୁଭଶ୍ରୀ ବିଶ୍ବାଳ, ଅଧ୍ୟାପକ ଦେବବ୍ରତ ପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ଭୋଳ, ସମାଜସେବୀ ଖଲି ପରିଡା, କୈଳାଶ ଚନ୍ଦ୍ର ପ୍ରଧାନ, କବି ଶ୍ରୀଧର ମିଶ୍ର, ବସନ୍ତ କୁମାର ବିଷୋୟୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ସ୍ବାଗତ ସଂଗୀତ ପରିବେଷଣ ଓ ପରିଚାଳନା କରିଥିବା ବେଳେ ପ୍ରମିଳା ବେହରା ଧନ୍ଯବାଦ ଅର୍ପଣ କରିଥିଲେ।