ଘୁମୁସର ର ସ୍ବର ପକ୍ଷରୁ ୧୩୦ତମ ପୁର୍ଣିମା

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଓଡ଼ିଆ ଭାଷା ସାହିତ୍ୟ, କଳା, ସଂସ୍କୃତି ଓ ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର”ୱା ବାଲିପଦର ପକ୍ଷରୁ କୁମାର ପୂର୍ଣ୍ଣିମା ଅବସରରେ ୧୩୦ତମ ଆଲୋଚନା ଚକ୍ର ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସପାଲ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଓଡ଼ିଶାର ସୁନାମଧନ୍ୟ ଲେଖକ, ଗାୟକ ଓ ସାହିତ୍ୟିକ ସତୀଶ ପାତ୍ର ଓ ସ୍ୱରୂପ ନାୟକଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ଆତ୍ମାର ସଦଗତି କାମନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ସଭାପତି ଦଣ୍ଡପାଣି ମହାପାତ୍ର ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ବର୍ତ୍ତମାନ ସଂଙ୍କଟରେ, ତାର ସୁରକ୍ଷା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡ. ବ୍ରଜ କିଶୋର ପାଢ଼ୀ, ଡ. ଗୁରୁମୂର୍ତ୍ତୀ ନାୟକ, କବି ନନ୍ଦ କିଶୋର ପ୍ରଧାନ, ଗୌରୀ ଶଙ୍କର ମିଶ୍ର, ଖଲି ପରିଡ଼ା, କୈଳାଶ ଚନ୍ଦ୍ର ପ୍ରଧାନ, କେ.ରାଘବ ଚରଣ ପାତ୍ର ଯୋଗଦେଇ ସାଂପ୍ରତିକ ସମୟରେ ଓଡ଼ିଆ ଭାଷା, ସାହିତ୍ୟର ଗତି ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯରେ କବି ପୁର୍ଣ୍ଣ ଚନ୍ଦ୍ର ଭୋଳ, ସୁରେଶ ଚନ୍ଦ୍ର ପାଢ଼ୀ, ଧ୍ରୁବ ପାଣିଗ୍ରାହୀ, ଏ. ଦୁଖିଶ୍ୟାମ ଆଚାରୀ, ପ୍ରଦିପ୍ତ ସାମନ୍ତରା, ଗୌତମବୁଦ୍ଧ ମବାପାତ୍ର,ଶ୍ରୀଧର ମିଶ୍ର, ବସନ୍ତ କୁମାର ବିଷୋୟୀ,ବି.ଗୋପାଳ ପାତ୍ର,ରାମ ଚନ୍ଦ୍ର ସାହୁ, ଇ. ସିମାଞ୍ଚଳ ପାତ୍ର, ରମାକାନ୍ତ ରାଉତ ପ୍ରମୁଖ ଯୋଗଦେଇ କବିତା ପାଠ ରରିଥିଲେ। ଭଞ୍ଜନଗରର ସାମ୍ବାଦିକ ଅମରେନ୍ଦ୍ର ପଟ୍ଟନାୟକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ କବି ନନ୍ଦ କିଶୋର ପ୍ରଧାନଙ୍କ ରଚିତ ପୁସ୍ତକ “ହତାଶ ଚାଷୀ ” ଉନ୍ମୋଚନ ହୋଇଥିଲା। ଭଞ୍ଜନଗର ଭଞ୍ଜ କଳାକେନ୍ଦ୍ର ପକ୍ଷରୁ ଅଧ୍ୟାପକ ଅଶୋକ କୁମାର ସ୍ବାଇଁ ଭଞ୍ଜ ସଙ୍ଗୀତ ପରବେଷଣ କରିଥିବା ବେଳେ ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ପ୍ରମିଳା ବେରା ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ