“ଘୁମୁସର ର ସ୍ୱର” ପକ୍ଷରୁ ପୂର୍ଣ୍ଣିମା ସାହିତ୍ୟ ଆସର

ବୁଗୁଡା,(ଅନିଲ କୁମାର ମହାରଣା):ବାଲିପଦରରେ ପ୍ରତିଷ୍ଠିତ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଗବେଷଣା ପ୍ରତିଷ୍ଠାନ ” ଘୁମୁସର ର ସ୍ୱର ” ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ଦିନ ୮୩ ତମ ମାସିକ ସାହିତ୍ୟ ଆସର ସଂଗଠନର ସଭାପତି ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲକ ଡାଉନ ଯୋଗୁଁ ପ୍ରତି ମାସର ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇ ଆସୁଥିବା ସାହିତ୍ୟ ଆସର ଏହିଥର ଭିନ୍ନ ଧରଣର ହୋଇଥିଲା। ଉପଦେଷ୍ଟା କବି ଅନନ୍ତ କର, ଡ଼ଃ ବୟମନୁ ଚର୍ଚ୍ଚି ଓ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ସାମାଜିକ ଦୂରତା ରକ୍ଷାକରି ବୈଠକରେ ଯୋଗ ଦେଇଥିବା ବେଳେ ଅନ୍ୟ ସଦସ୍ୟ ସଦ୍ୟସ୍ୟା ଙ୍କ ସହ ଦୂରଭାଷ ମାଧ୍ୟମରେ ଆଲୋଚନା କରିଥିଲେ। ପ୍ରଥମେ ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ବଂଶୀଧର ମିଶ୍ରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇ ଆତ୍ମାର ସଦଗତି କାମନା କରାଯାଇଥିଲା। ଲକ ଡାଉନ ଯୋଗୁଁ କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା ପ୍ରଭୃତି ସ୍ଥଗିତ ରଖାଯାଇଥିଲା। କରୋନା ମହମାରୀକୁ ଦମନ କରିବା ପାଇଁ କବି, କବୟିତ୍ରୀ, ଲେଖକ,ଲେଖିକା ବୃନ୍ଦ ନିଜ ନିଜର କବିତା ଓ ପାଠ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ କରାଯାଇଥିଲା। ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ପ୍ରଦାନ କଲାପରେ ସଭା ସାଙ୍ଗ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ