ଘୁମୁସର ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର (ସନ୍ତୋଷ ଜେନା) : ଘୁମୁସର ଲେଖିକା ସଂସଦର ବାର୍ଷିକ ଉତ୍ସବ ଭଞ୍ଜନଗରସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଭଞ୍ଜନଗର କବି ସମ୍ରାଟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ଶୁଭଉଦଘାଟନ କରିଥିଲେ । ସଂସଦର ସଭାପତି ରୀତାରାଣୀ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୂପେ ଭୁବନେ‌ଶ୍ୱରସ୍ଥିତ ଓଡିଶା ଲେଖିକା ସଂସଦର ସଂପାଦିକା ଡକ୍ଟର ଶକୁନ୍ତଳା ବଳିୟାରସିଂ, ମୁଖ୍ୟବକ୍ତା ରୂପେ ଗୋଧୂଳି ପତ୍ରିକାର ସଂପାଦିକା ଡ.ବିମଳା ସିଂ,ସମ୍ମାନିତ ବକ୍ତା ରୂପେ ଓଡିଶା ଲେଖିକା ସଂସଦର ଯୁଗ୍ମ ସଂପାଦିକା କାନନବାଳା ପଟ୍ଟନାୟକ,ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ସାରସ୍ବତ ସାଧିକା ଅଞ୍ଜଳୀ ତ୍ରିପାଠୀ,ସମ୍ମାନିତ ଅତିଥି ରୂପେ ଆରତୀ ମାହାନ୍ତି ଯୋଗଦେଇ ସାଂପ୍ରତିକ ସ୍ଥିତିରେ ଲେଖିକାମାନଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ।ପ୍ରାରମ୍ଭିକ ସଂଗୀତ ସଂସଦର ସଦସ୍ୟାମାନେ ମିଳିତ ଭାବେ ଗାନ କରିଥିବାବେଳେ ଅଧ୍ୟାପକ ଅଶୋକ ସ୍ବାଇଁ,ଦୂର୍ଗା ମାଧବ ଦାଶ ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ। ସଂଗଠନ ସଂପାଦିକା ପ୍ରଭାତି ମଞ୍ଜରୀ ବେହେରା ଓ ଅଧ୍ୟାପିକା ସୁଜାତା ସିଂ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂସଦର ସଂପାଦିକା ଡକ୍ଟର ନଳିନୀ ପ୍ରଭା ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ‌ଦ୍ୱାରାବାର୍ଷିକ ମୁଖୁତ୍ର “ସ୍ବପ୍ନିଳ ସୃଜନୀ” ଉନ୍ମୋଚିତ ହୋଇଥିଲା । ସଂସଦ ‌ଦ୍ୱାରା ଆୟୋଜିତ ଶ୍ରୀ ଉତ୍ସବ ସମେତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଏଥିସହ ସଂସଦର ଉପଦେଷ୍ଟା ଡ.ଉଷା ପାଢୀଙ୍କୁ ବରିଷ୍ଠ ଲେଖିକା ସମ୍ମାନ ଏବଂ ଆସିକା ଅଞ୍ଚଳର ସାରସ୍ବତ ସାଧିକା ନଳିନୀ ପ୍ରଭା ମିଶ୍ରଙ୍କୁ ତପସ୍ବିନୀ ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ତିଆଡି,ଚନ୍ମୟ କୁମାର ବେବର୍ତ୍ତା,ଜଗବନ୍ଧୁ ଜେନା,ସନ୍ତୋଷ ଜେନା,ଡକ୍ଟଟ ସୁରେଶ ଚନ୍ଦ୍ର ପଣ୍ଡା,ଶୁଖେନ୍ଦୁ କୁମାର ଦାଶ,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ବଳରାମ ସ୍ବାଇଁ,ମନୁନନ୍ଦ ପତି,ଶଙ୍କର୍ଷଣ ତ୍ରିପାଠୀ,ଗିରିଜାନନ୍ଦିନୀଦାଶ,ମନୁଜାରାଣୀ ଦାସ,ରୁନୁବାଳା ଦାଶ,ଡାକ୍ତର ଗାୟତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ସଦସ୍ୟା ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ