ଘୁମୁସର ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ ଆର.ଏମ୍‍.ସି. ସଭାକକ୍ଷରେ ଘୁମୁସର ଲେଖିକା ସଂସଦର ବାର୍ଷିକ ଉତ୍ସବ ସଭାନେତ୍ରୀ ରୀତାରାଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତିଦା ବିଷୋୟୀଙ୍କ ଦ୍ୱାରା ବେଦପାଠ ସହ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ କାର୍ଯ୍ୟକ୍ରମକୁ ଶୁଭ ଉଦ୍‍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ବରିଷ୍ଠ ସାମ୍ବାଦିକ ତଥା ବୀର କଳିଙ୍ଗର ପ୍ରତିଷ୍ଠାତା ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକା ତଥା ସମାଜସେବୀ ଡ. ସୁଷମା ମିଶ୍ର, ସ୍ୱତନ୍ତ୍ର ଅତିଥି ଭାବେ ଭଞ୍ଜନଗରର ଥାନା ଅଧିକାରୀ ଭଗବାନ ପୂଜାରୀ, ସମ୍ମାନୀତ ଅତିଥିଭାବେ ସଂସଦର ଉପଦେଷ୍ଟା ଡ଼. ଉଷା ପାଢ଼ୀ ଯୋଗଦେଇ ଆଧୁନିକ ସାହିତ୍ୟ ଓ ନାରୀ ଉପରେ ଆଲୋଚନା କରିଥିଲେ । ସମ୍ପାଦିକା ଡ଼. ନଳିନୀ ପ୍ରଭା ଦାସଙ୍କ ସମ୍ପାଦକ ବିବରଣୀ ପାଠ ପରେ ସଂସଦର ମୁଖପତ୍ର ‘ସ୍ୱପ୍ନିଳ ସୃଜନୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବରିଷ୍ଠ ଲେଖିକା ସମ୍ମାନ ରେଣୁପ୍ରଭା ଦାଶ ଓ ତପସ୍ୱିନୀ ସ୍ମୃତି ସମ୍ମାନ ସୁନୀତି ଆଚାରୀଙ୍କୁ ପ୍ରଦାନ କରାଯାଇଥିଲା । ଅତିଥି ଆହ୍ୱାନ କରିଥିଲେ ସୁଜାତା ଷଡଙ୍ଗୀ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ମୋନାଲିସା ମିଶ୍ର ଏବଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂସଦର ସାଂଗଠନିକ ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତରେ ସହଯୋଗ କରିଥିଲେ ଅଶୋକ କୁମାର ସ୍ୱାଇଁ ଏବଂ ଦୁର୍ଗାମାଧବ ଦାଶ । ଡ଼. ଗାୟତ୍ରୀ ସାହୁ, ରୁନୁବାଳା ଦାଶ, ଶ୍ୱେତସ୍ମିନୀ ପଣ୍ଡା, କଳ୍ପନା କୁମାରୀ ପ୍ରଧାନ, ମନୁଜାରାଣୀ ଦାଶ, ଗିରିଜା ନନ୍ଦିନୀ ଦାଶ, ସୁଜାତା ସିଂ, ଝୁନୁଲତା ସ୍ୱାଇଁ, ରଶ୍ମିତା ସାହୁ, ଉଷ୍ମିତା ମଞ୍ଜରୀ ମିଶ୍ର, ଆରତୀ ସେଠୀ, ରଜନୀ ସେଠୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶୁଭସ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ